ମୁରଲୀ ବିଜୟ କ୍ରିକେଟକୁ କହିଲେ ବାଏ ବାଏ … ୫ ବର୍ଷ ତଳେ ଭାରତ ପାଇଁ ଖେଳିଥିଲେ ଶେଷ ମ୍ୟାଚ ।

166

କନକ ବ୍ୟୁରୋ: ଷ୍ଟାଇଲିସ୍ ବ୍ୟାଟର ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଆଜି ଦ୍ୱିପ୍ରହରରେ ସେ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ । ଟ୍ୱିଟରେ ସେ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୩୮ ବର୍ଷୀୟ ମୁରଲୀ ବିଜୟ ନିଜର ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ମୁଁ କ୍ରିକେଟରୁ ଅବସର ଗ୍ରହଣ କରୁଛି । ୨୦୦୨ରୁ ୨୦୦୮ ଯାଏ ସବୁଠାରୁ ସର୍ବଶ୍ରେଷ୍ଠ ବର୍ଷ ରହିବ । ଏହି ସମୟ ମଧ୍ୟରେ ଭାରତ ପାଇଁ ଖେଳିବାକୁ ସୁଯୋଗ ମିଳିଥିଲା । ମୁଁ ଏଥିପାଇଁ ବିସିସିଆଇ, ତାମିଲନାଡୁ କ୍ରିକେଟ ଆସୋସିଏସନ, ଚେନ୍ନାଇ ସୁପର କିଙ୍ଗସକୁ ଧନ୍ୟବାଦ ଜଣାଉଛି ।

ମୁରଲୀ ବିଜୟ ଭାରତ ପାଇଁ ୬୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୩୯୮୨ ରନ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ରହିଥିଲା ୩୮.୨୮ । ମୋଟ ୧୨ଟି ଶତକ ସହ ୧୫ଟି ଅର୍ଦ୍ଧଶତକ ହାସଲ କରିଥିଲେ । ବିଜୟ ଭାରତ ପାଇଁ ୧୭ଟି ଦିନିକିଆ ଏବଂ ୯ ଟି-୨୦ରେ ପ୍ରତିନିଧିତ୍ୱ କରିଥିଲେ ।

ଭାରତ ପାଇଁ ସେ ୨୦୦୮ ମସିହାରେ ପଦାର୍ପଣ କରିଥିଲେ । ୨୦୧୮ ମସିହାରେ ଶେଷ ଥର ପାଇଁ ସେ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ଜଣେ ଦକ୍ଷ ଓପନିଂ ବ୍ୟାଟର ଭାବେ ବେସ ପରିଚିତ ଥିଲେ । ଯଦି ତାଙ୍କ ଆଇପିଏଲ କ୍ୟାରିୟର କଥା ଦେଖିବା ତେବେ ସେ ୧୦୬ଟି ମ୍ୟାଚ ଖେଳି ୨୬୧୯ ରନ ସଂଗ୍ରହ କରିଥିଲେ । ମୁରଲୀ ବିଜୟ ଆଇପିଏଲରେ ୨ଟି ଶତକ ମଧ୍ୟ ହାସଲ କରିଥିଲେ । ସେ ତିନି ଫ୍ରାଞ୍ଜାଇଜି ପାଇଁ ଆଇପିଏଲ ଖେଳିଥିଲେ ।