ପଦ୍ମନାଭ ସ୍ୱାମୀ ମନ୍ଦିରରେ ଆରମ୍ଭ ହେଲା ‘ମୁରାଜପମ’ । ସମ୍ପୂର୍ଣ୍ଣ ରିତିନୀତିରେ ହେବ ୫୬ ଦିନ ପୂଜା ।

192

କନକ ବ୍ୟୁରୋ : କେରଳର ତିରୁଅବନ୍ତୀପୁରମ ସ୍ଥିତ ପ୍ରସିଦ୍ଧ ପଦ୍ମନାଭ ସ୍ୱାମୀ ମନ୍ଦିରରେ ‘ମୁରାଜପମ’ ଆରମ୍ଭ ହୋଇଛି । ୬ ବର୍ଷରେ ଥରେ ହେଉଥିବା ଏହି ସ୍ୱତନ୍ତ୍ର ପୂଜା ୫୬ଦିନ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଜାନୁୟାରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ବିଶେଷ ପୂଜାନୀତି ଉଦଯାପିତ ହେବ। ସେତେଦିନ ପର୍ଯ୍ୟନ୍ତ ମନ୍ଦିରରେ ୟୋଗଶେମା ଓ ବ୍ରାହ୍ମଣ ସଭାର ପ୍ରତିନିଧିମାନେ ପ୍ରତ୍ୟହ ଋଗ, ଶାମ ଓ ଯଜୁର୍ବେଦର ପଙ୍କ୍ତି ପାଠ କରିବେ। ଏଥିରେ ସେମାନଙ୍କ ସହ ଶୃଙ୍ଗେରୀ, ପେଜାବର ଓ କାଞ୍ଚିପୁରମର ୨ଶହରୁ ଊର୍ଦ୍ଧ୍ୱ ବିଦ୍ୱାନ ମଧ୍ୟ ଅଂଶଗ୍ରହଣ କରିବେ ।

ଭାରତର ଧନୀ ମନ୍ଦିରମାନଙ୍କ ମଧ୍ୟରେ କେରଳର ପଦ୍ମନାଭ ମନ୍ଦିର ଅନ୍ୟତମ । ଅଷ୍ଟାଦଶ ଶତାବ୍ଦୀରେ ତ୍ରାବଣକୋରର ତତ୍କାଳୀନ ରାଜା ମାର୍ତଣ୍ଡ ବର୍ମା ଏହି ବିଶେଷ ପୂଜାର ଆୟୋଜନ କରିଥିଲେ । ଏଥିରେ ପଦ୍ମନାଭ ତୀର୍ଥ ପୁଷ୍କରିଣୀ ଆଲୋକରେ ସଜା ହୋଇଥିବା ବେଳେ ବୈଦଜ୍ଞ ବ୍ରାହ୍ମଣମାନେ ପୁଷ୍କରିଣୀ ପାଣିରେ ରହି ଜପ କରିଥିଲେ ।
ପଦ୍ମନାଭ ସ୍ୱାମୀ ଏକ ବିଷ୍ଣୁମନ୍ଦିର ହୋଇଥିବା ବେଳେ ଭାରତର ସର୍ବପ୍ରାଚୀନ ମନ୍ଦିର ବୋଲି କୁହାଯାଉଛି । ଏହିଠାରେ ହିଁ ପ୍ରଥମେ ବିଷ୍ଣୁଙ୍କର ପ୍ରତିମା ମିଳିଥିଲା । ଏଣୁ ମନ୍ଦିର ସ୍ଥାପନା କରାଯାଇଥିବା ବେଳେ ଶ୍ରୀବିଷ୍ଣୁଙ୍କର ଅନନ୍ତ ଶୟନ ପ୍ରତିମାର ପୂଜନ ହେଉଛି । ଏଠାରେ ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଗି ଦେଶ ଓ ବିଦେଶରୁ ଭକ୍ତଙ୍କ ଭିଡ ବର୍ଷତମାମ ଲାଗି ରହିଥାଏ।

Comments are closed.