କନକ ବ୍ୟୁରୋ: ଗରିବି ଆଗରେ ହାର ମାନିଲାନି ମୁନାଙ୍କ ମନୋବଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୬୭ତମ ରାଙ୍କ ରଖି ସଫଳତା ପାଇଲେ ଢେଙ୍କାନାଳ କଟାବାହଳ ଗାଁର ମୁନା ସେଠୀ । ଆଉ ପୁଅର ପୁଅର ଏହି ସଫଳତା ପାଇଁ ଖୁସିରେ କାନ୍ଦିପକାଇଲେ ମୁନାଙ୍କ ମା’ ଓ ବାପା । ବାପା ଦିନ ମଜୁରିଆ ଭାବେ କାମ କରନ୍ତି । ଆଉ ମା’ ତାଙ୍କ କୌଳିକ ବୃତ୍ତି କରନ୍ତି । ପରିବାରର ଅର୍ଥିକ ଅବସ୍ଥା ଭଲ ନଥିବାରୁ ସାଙ୍ଗ ସାଥୀଙ୍କ ସହଯୋଗରେ ରେଭେନ୍ସାରେ ବାଣିଜ୍ୟରେ ସ୍ନାତକ ପାସ କରିଥିଲେ । ଏହାପରେ ସ୍ୱାସ୍ଥ୍ୟଗତ କାରଣ ପାଇଁ ପିଜି ପରୀକ୍ଷା ଦେଇପାରିନଥିଲେ । ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ । ଆଉ ଏବେ ତାଙ୍କ ସଫଳତା ପରେ ଗାଁର ଖୁସିର ମାହୋଲ ଦେଖିବାକୁ ମିଳିଛି ।
ଗରିବି ଆଗରେ ହାର ମାନିଲା ମୁନାଙ୍କ ମନୋବଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପାଇଲେ ୬୭ତମ ରାଙ୍କ ।
/kanak/media/post_attachments/wp-content/uploads/2022/10/15-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)