କନକ ବ୍ୟୁରୋ: ପଞ୍ଚାୟତ ପରେ ପୌର ପାଳି । ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତି ମୁତାବକ, ଆସନ୍ତା ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିଆ ଆରମ୍ଭ ହେବ । ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ଏହା ପରେ ଆସନ୍ତା ୨୪ ତାରିଖରେ ମତ ସାବ୍ୟସ୍ତ କରିବେ ପୌର ଭୋଟର । ମାର୍ଚ୍ଚ ୨୬ ତାରିଖରେ ପୌ ନିର୍ବାଚନର ଫଳାଫଳ ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ । ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ଦିନଠୁ ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମାର୍ଚ୍ଚ ୨୪ରେ ୩ ମହାନଗର ସମେତ ୧୦୬ ପୌରପରିଷଦ ପାଇଁ ହେବ ଭୋଟ୍ ।
ପୌର ନିର୍ବାଚନର ପୂରା ପ୍ରକ୍ରିୟା
ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ
୯ ତାରିଖରେ ନାମାଙ୍କନ ପତ୍ର ଯାଂଚ
୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଭୋଟ୍
ମାର୍ଚ୍ଚ ୨୬ରେ ଭୋଟ ଗଣତି
ଅପ୍ରେଲ ୭ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ
ଅପ୍ରେଲ ୮ରେ ଡେପୁଟୀ ମେୟର ନିର୍ବାଚନ
ଅନ୍ୟପଟେ ପ୍ରଥମ ଥର ମେୟର ଏବଂ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ । ଅର୍ଥାତ୍ ପ୍ରତ୍ୟକ୍ଷ ଭାବେ ଏହି ପଦ ପାଇଁ ଲୋକମାନେ ଭୋଟ୍ ଦେବେ । ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ କାଉନ୍ସିଲର କିମ୍ବା କର୍ପୋରେଟରଙ୍କ ପାଇଁ ରହିବ । ଏଥିରେ ଗୋଲାପୀ ରଙ୍ଗର କାଗଜ ଲାଗିବ । ଅନ୍ୟ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷ ପାଇଁ ରହିବ । ଏଥିରେ ହଳଦୀ ରଙ୍ଗର କାଗଜ ଇଭିଏମରେ ଲାଗିବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବ୍ୟବସ୍ଥା ରଖାଯାଇଛି ।
ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ସିଧା ସଳଖ ହେବାକୁ ଯାଉଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ରାଜିନୀତି । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ମହିଳା ମେୟର ହେବାକୁ ଯାଉଛନ୍ତି । ମେୟର ପ୍ରାର୍ଥୀ ପାଇଁ ଆଶାୟୀ ପ୍ରାର୍ଥୀ ଲବି ଆରମ୍ଭ କରିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/27-31.jpg)