କନକ ବ୍ୟୁରୋ: ଆସିବାରେ ଲାଗିଛି ପୌର ଫଳାଫଳ, ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ବିଜୟ  । ଉଭୟ ଯାଜପୁର ସଦର ଓ ଯାଜପୁର ବ୍ୟାସନଗର ପୌର ଅସନକୁ ଅକ୍ତିକାର କରିଛି ବିଜୁ ଜନତା ଦଳ । ଯାଜପୁର ସଦରରେ ବିଜେଡିର ରଞ୍ଜୁଲତା ହୋତା ବାଜିମାତ୍ ମାରିଥିବାବେଳେ ଯାଜପୁର ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡି ପୌରାଧକ୍ଷା ପ୍ରାର୍ଥିନୀ ସଙ୍ଗୀତା ପିଙ୍ଗୁଆ ବିଜୟୀ ହୋଇଛନ୍ତି  ।
Advertisment

ତେବେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି  । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି  । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି  ।

ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି  । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି  । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର ।