କନକ ବ୍ୟୁରୋ: ୨୮ଟି ଜିଲ୍ଲାର ଗଣତି ଶେଷ ହୋଇଛି । ଏଥିମଧ୍ୟରୁ ଗଣତି ହୋଇଥିବା ମୋଟ ୯୭ଟି ଅଧ୍ୟକ୍ଷ ପଦରୁ ବିଜେଡି ଖାତାକୁ ୭୦ଟି ପୌରାଧ୍ୟକ୍ଷ ଆସନ ସିଟ୍ ଯାଇଛି। ବିଜେପି ଖାତାରେ ୧୫ ଏବଂ କଂଗ୍ରେସ ୫ଟି ପଦ ହାତେଇଛି । ସ୍ୱାଧୀନ ପ୍ରାର୍ଥୀ ୭ଟି ସ୍ଥାନରେ ଅଧ୍ୟକ୍ଷ ପଦ ହାତେଇଛି ।
ଅନ୍ୟପଟେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି ।