ବାଲି ତଳେ ବିସ୍ଫୋଟକ ! ଗଙ୍ଗାତଟ ବାଲିପଟାରେ ପୋତା ହୋଇଥିଲା କିଛି ଏଭଳି ଜିନିଷ,ଯାହାକୁ ଦେଖି ଲୋକେ ହେଲେ ଆଚମ୍ବିତ ।

42

ବିହାରର ମୁଙ୍ଗେର ପୋଲିସ୍ ଶନିବାର ଗଙ୍ଗାକୂଳରେ ହଠାତ୍ କିଛି ଖୋଜିବାକୁ ଲାଗିଥିଲେ । ଏତେ ମାତ୍ରାରେ ପୋଲିସ୍ କର୍ମଚାରୀ କାହିଁକି ଗଙ୍ଗା ତଟରେ ଖୋଳାଖୋଳି କରୁଛନ୍ତି ଭାବି ସ୍ଥାନୀୟ ବାସିନ୍ଦାଙ୍କର ସେଠାରେ ଗହଳି ଜମିଲା । ଉତ୍କଣ୍ଠାର ସହ ସବୁ କ’ଣ ବାହାରିବ ଏହା ନେଇ ଚାହିଁ ରହିଥିଲେ । କିନ୍ତୁ କିଛି ସମୟ ଅନ୍ତରାଳରେ ବାଲି ଭିତରୁ ଯାହା ବାହାରିଲା ସେଥିରେ ସମସ୍ତେ ଆଚମ୍ବିତ ହୋଇଯାଇଥିଲେ । କେହି କିଛି ଭାବିବା ପୂର୍ବରୁ ପୋଲିସ୍ ଗୋଟିଏ ପରେ ଗୋଟିଏ ଇକ-୪୭ ବନ୍ଧୁକ ବାଲିପଟାରୁ ଖୋଳି ବାହାରକୁ ବାହାରି ଆଣିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ ତରଫରୁ ୨୦ ଟି ବନ୍ଧୁକ ଜବତ କରାଯାଇଛି । ତେବେ ଉକ୍ତ ଘଟଣାରେ ଜଣେ ମହିଳା ସମେତ କୁଖ୍ୟାତ ଅପରାଧି ସମଶେର୍ ଇମରାନର ସଂପର୍କୀୟଙ୍କୁ ଗିରଫ କରାଯାଇଛି । ତେବେ ପୁର୍ବରୁ ଅଗଷ୍ଟ ୨୯ ତାରିଖରେ ମୁଙ୍ଗେର ପୋଲିସ୍ ଜମାଲପୁରର ଜୁବଲୀ ବେଲ ସମଶେର୍ ଇମରାନ ପାଖରୁ ଇକ-୪୭ ର କିଛି ପାର୍ଟସ୍ ଜବତ କରିଥିଲେ ଏବଂ ଆସାମୀକୁ ଗିରଫ ମଧ୍ୟ କରାଯାଇଥିଲା ।

ଏହାପରେ ସେପ୍ଟେମ୍ବର ୭ ତାରିଖରେ ଆଉ ଏକ ଛାପା ମରାଯାଇ ଆଉ କିଛି ବନ୍ଧୁକ ଜବତ କରାଯାଇଥିଲା । ଏହି ମାମଲାରେ ଉଭୟ ମହିଳା ଏବଂ ପୁରୁଷ ୧୨ ଜଣଙ୍କୁ ପୋଲିସ୍ ଗିରଫ କରିସାରିଛି ।