ସମୟ ଚକ୍ରରେ ବଦଳିଗଲା କୁନି କୁନି ପିଲାଙ୍କ ଭବିଷ୍ୟତ । ୨୦୧୩ର ଶିଶୁ ଶ୍ରମିକ ୨୦୨୦ର ସଫଳ ଛାତ୍ର, ଜୀବନ ବଦଳାଇ ଦେଲେ ମୟୂରଭଂଜର ତତ୍କାଳୀନ ଜିଲ୍ଲାପାଳ । ସଫଳ ହେଲା ‘ମୁଁ ବି ପଢିବି’ ଅଭିଯାନ...

ସମୟ ଚକ୍ରରେ ବଦଳିଗଲା କୁନି କୁନି ପିଲାଙ୍କ ଭବିଷ୍ୟତ । ୨୦୧୩ର ଶିଶୁ ଶ୍ରମିକ ୨୦୨୦ର ସଫଳ ଛାତ୍ର, ଜୀବନ ବଦଳାଇ ଦେଲେ ମୟୂରଭଂଜର ତତ୍କାଳୀନ ଜିଲ୍ଲାପାଳ । ସଫଳ ହେଲା ‘ମୁଁ ବି ପଢିବି’ ଅଭିଯାନ...

କନକ ବ୍ୟୁରୋ: ବାସ୍ତବିକ୍ ସମୟ ଚକ୍ରରେ ଆମେ ସମସ୍ତେ ବନ୍ଧା । କେତେବେଳେ କାହା ଭାଗ୍ୟ ବଦଳି ଯାଏ ତାହା କାହାକୁ ଜଣା ନଥାଏ । ସେଥିପାଇଁ ତ କୁହାଯାଏ, ସମୟ ବଡ ବଳବାନ । ଠିକ୍ ସେମିତି, ସେଇ ସମୟ ଚକ୍ର ହିଁ ବଦଳାଇ ଦେଇଛି କିଛି ନିରିହ ଶିଶୁଙ୍କ ଭବିଷ୍ୟତ ।ସେବେର ଶିଶୁ ଶ୍ରମିକ ଏବେର ସଫଳ ଛାତ୍ର
ଜୀବନ ବଦଳାଇ ଦେଲେ ଜିଲ୍ଲାପାଳ
ସଫଳ ହେଲା ମୟୂରଭଂଜର ‘ମୁଁ ବି ପଢିବି’ ଅଭିଯାନ

ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ୨୦୧୩-୧୪ରେ “ମୁଁ ବି ପଢ଼ିବି” ଅଭିଯାନ ଆରମ୍ଭ କରିଥିଲେ ତତ୍କାଳୀନ ଜିଲ୍ଲାପାଳ ରାଜେସ୍ ପ୍ରଭାକର ପାଟିଲ୍ । ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରି ଜିଲ୍ଲାର ବିଭିନ୍ନ ଢ଼ାବା, ହୋଟେଲ୍, ଜଳଖିଆ ଦୋକାନ ଏବଂ ଅନେକ ବ୍ୟବସାୟିକ ପ୍ରତିଷ୍ଠାନରୁ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ପରେ ଶ୍ରୀଯୁକ୍ତ ପାଟିଲ୍ ନିଜେ ପିଲାଙ୍କ ଅଭିଭାବକଙ୍କୁ ଭେଟି ଆଲୋଚନା କରିବା ସହ ସେମାନଙ୍କୁ ପାଠ ପଢାଇବା ଉଦେଶ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭର୍ତି କରାଇଥିଲେ ତକ୍ରାଳୀନ ଜିଲ୍ଲାପାଳ । ୨୦୧୩-୧୪ ବର୍ଷରେ ଆରମ୍ଭ ହୋଇଥିବା “ମୁଁ ବି ପଢ଼ିବି” ଅଭିଯାନ ଏବର୍ଷ ସଫଳ ହୋଇଛି । ଉଦ୍ଧାର ପିଲାମାନଙ୍କ ମଧ୍ୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୧୧ ଜଣ ଛାତ୍ର ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।

ତତକାଳୀନ ଜିଲ୍ଲାପାଳ ରାଜେସ୍ ପ୍ରଭାକର ପାଟିଲଙ୍କ ‘ମୁ ବି ପଢିବି’ ଅଭିଯାନରେ ସହଯୋଗର ହାତ ବଢ଼ାଇଥିଲେ ତକ୍ରାଳୀନ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଦିଗନ୍ତ କୁମାର ରାଉତରାୟ । ଏହି ଦୁଇ ଅଧିକାରୀଙ୍କ ମହତ ଉଦେଶ୍ୟ ଯୋଗୁଁ ସମାଜର ମୁଖ୍ୟ ଶ୍ରୋତକୁ ଆସି ଦୁନିଆର ଆଲୋକକୁ ନିଜ ଆଖିରେ ଦେଖିବାକୁ ଚେଷ୍ଟା କରୁଛନ୍ତି କୁନି କୁନି ପିଲା । ଚଳିତ ବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ବିନୀତ୍ କୁମାର ଭରଦ୍ୱାଜ୍ ନିଜ କାର୍ଯ୍ୟଳୟକୁ ଡକାଇ ସମ୍ବର୍ଧୀତ କରିଛନ୍ତି । ସେମାନେ କେମିତି ଆଗକୁ ପାଠପଢ଼ା ଜାରି ରଖିବେ ସେନେଇ ଆଲୋଚନା କରିଛନ୍ତି ।

ମୁଁ ବି ପଢିବି ଅଭିଯାନରେ ସାମିଲ ହୋଇଥିବା ଛାତ୍ରଛାତ୍ରି କେବଳ ପାଠ ପଢୁନାହାନ୍ତି, ପାଠ ସାଙ୍ଗକୁ ଖେଳକୁଦ ସହିତ ନାଚ ଓ ଅଭିନୟ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଓ ରାଜ୍ୟରେ ସ୍ତରରେ ସଫଳତା ହାସଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe