ଆଇପିଏଲ ଟକ୍କର : ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ପଞ୍ଜାବ 

66

କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ପଞ୍ଜାବ ଦଳ । ଏହି ମ୍ୟାଚରେ ଟସ୍ ଜିତି ମୁମ୍ବାଇ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ବୋଲିଂ ପାଇଁ ଆସିବ ପଞ୍ଜାବ ଦଳ । ଏବେ ମୁମ୍ବାଇର ଦୁଇ ବ୍ୟାଟ୍ସମ୍ୟାନ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ଇଂନିସ ଖେଳିବାକୁ ହେବ ।

ଚଳିତ ଆଇପିଏଲରେ ଦୁଇ ଦଳ ୮ ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଏଥିରେ ମୁମ୍ବାଇ ୬ଟି ବିଜୟ ଓ ୨ଟି ପରାଜୟର ସାମ୍ନା କରିଛି । ସେହିପରି ପଞ୍ଜାବ ୨ଟି ବିଜୟ ଓ ୬ଟି ପରାଜୟ ସହ ଟେବୁଲର ନିମ୍ନରେ ରହିଛି । ତେଣୁ ଆଜିର ମ୍ୟାଚ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ମୁମ୍ବାଇରେ ଡିକକ୍୍, ରୋହିତ ଶର୍ମା, କିରଣ ପୋଲାର୍ଡ, ଇଶାନ କିଷାନଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ ଗେଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି ।