ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ

94

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ତେଣୁ ମୁମ୍ବାଇର ଦୁଇ ଓପନର ଏବେ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବେ ।

ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳି ଦୁଇଟି ବିଜୟ ଓ ଗୋଟିଏ ପରାଜୟ ଲାଭ କରିଛନ୍ତି । ତେଣୁ ଏହି ମ୍ୟାଚ ଉଭୟ ଦଳଙ୍କ ଭିତରେ କଡ ଟକ୍କର ଦେଖିବାକୁ ମିଳିବ । ମୁମ୍ବାଇରେ ରୋହିତ ଶର୍ମା, କିରଣ ପୋଲାର୍ଡ ଓ ଇଶାନ କିଷାନଙ୍କ ଭଳି ଦମଦାର ବ୍ୟାଟ୍ସମ୍ୟାନ ରହିଛନ୍ତି ।