ମୁମ୍ବାଇରେ ନିର୍ଭୟା କାଣ୍ଡର ପୁନରାବୃତ୍ତି : ମହିଳାଙ୍କୁ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବେ ସମ୍ବେଦନଶୀଳ ଅଙ୍ଗରେ ରଡ଼ ଭର୍ତ୍ତି କରିଦେଲେ ଦୁର୍ବୃତ୍ତ

ମହିଳା ହସ୍ପିଟାଲରେ ଭର୍ତ୍ତି, ଅବସ୍ଥା ଗମ୍ଭୀର

296

କନକ ବ୍ୟୁରୋ : ଦିଲ୍ଲୀ ନିର୍ଭୟା ଭଳି ମୁମ୍ବାଇରେ ଘଟିଛି ଲୋମାଟାଙ୍କୁରା କାଣ୍ଡ । ଦୁଷ୍କର୍ମ ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ୍ ଭର୍ତି କରି ଦେଇଛନ୍ତି ଦୁଷ୍କର୍ମକାରୀ । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ରହିଛି । ହସ୍ପିଟାଲରେ ଚିକିତ୍ସା ଚାଲିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାକିନାକା ଅଂଚଳର ଖୈରାନୀ ରୋଡରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଜଣେ ୩୨ ବର୍ଷିୟା ମହିଳା ଏହାର ଶିକାର ହୋଇଛନ୍ତି ।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଗତକାଲି ଭୋର ସାଢ଼େ ତିନିଟା ସମୟରେ ଏକ କଲ ଆସିଥିଲା । ଖୈରାନୀ ରୋଡରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି, ପୀଡିତାଙ୍କୁ ଉଦ୍ଧାର କରି ଘଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତି କରିଥିଲେ । ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏଭଳି ନୃଶଂସ କାଣ୍ଡ ପାଇଁ ଜଣଙ୍କୁ ଗିରଫ କରିଛି ପୋଲିସ ।

ଘଟଣାସ୍ଥଳଠାରୁ କିଛି ଦୂରରେ ଥିବା ଜଣେ ୱାଚମ୍ୟାନଙ୍କ ସୂଚନା ଅନୁସାରେ ମୋହନ ଚୌହ୍ୱାନ ନାମକ ଜଣେ ୪୫ ବର୍ଷିୟ ଫୁଟପାତରେ ରହୁଥିବା ଏହି ମହିଳାଙ୍କୁ ଏକ ଅଟୋ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ । ଏବଂ ମାଡ ମାରୁଥିବା ମଧ୍ୟ ଦେଖିଥିଲେ । ଏହା ପରେ ୱାଚମ୍ୟାନ ଜଣଙ୍କ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ । କିନ୍ତୁ କାଣ୍ଡ ଘଟାଇବା ପରେ ମନୋଜ ଫେରାର ହୋଇଯାଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି କୁର୍ଲା ଅଂଚଳରୁ ତାକୁ ଗିରଫ କରାଯାଇଛି ।