ସିସିଟିଭିରେ କଏଦ୍ ହେଲା ଲୋମଟାଙ୍କୁରା ଦୃଶ୍ୟ ! ଲିଫ୍ଟ ଭିତରେ ୪ ବର୍ଷର ଝିଅ ସାଙ୍ଗେ ଏଭଳି କିଛି ହେଲା ... ଦେଖନ୍ତୁ ଭିଡିଓ 

ସିସିଟିଭିରେ କଏଦ୍ ହେଲା ଲୋମଟାଙ୍କୁରା ଦୃଶ୍ୟ ! ଲିଫ୍ଟ ଭିତରେ ୪ ବର୍ଷର ଝିଅ ସାଙ୍ଗେ ଏଭଳି କିଛି ହେଲା ... ଦେଖନ୍ତୁ ଭିଡିଓ 

www.bhaskar.com

ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇର ସବବର୍ଣ୍ଣ ଟାମୱେ ବିଲ୍ଡିଙ୍ଗର ଏକ ଲିଫ୍ଟରେ । ଲିଫ୍ଟ ଭିତରେ ଜଣେ ମହିଳା ୪ ବର୍ଷର ଏହ ଛୋଟ ଝିଅକୁ ଅମଣିଷ ଭଳି ପିଟୁଥିବାର ଭିଡିଓ ସିସିଟିଭିରେ ଦେଖିବାକୁ ମିଳିଛି । କୁନିଝିଅଟିକୁ ପିଟିବା ପରେ ମହିଳା ଜଣକ ଝିଅଟିକୁ ଅପହରଣ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଏହି ଭିଡିଓଟି ସୋସିଅଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାର ଜାଞ୍ଚ୍ ଏବେ ପୋଲିସ୍ କରୁଛି । ତେବେ ଏହି ଭିଡିଓଟି ଏବେ ଝଡ ପରି ଭାଇରାଲ୍ ହେବାକୁ ଲାଗିଛି ।

ପୋଲିସ୍ ମୁତାବକ, ପିଟୁଥିବା ମହିଳାଙ୍କ ନାଁ ରିଜୱାନା ବେଗମ୍ ହୋଇଥିବା ବେଳେ କୁନି ଝିଅଟିକୁ ପିଟିବା ଏବଂ ଅପହରଣ କରିବା ଅଭିଯୋଗରେ ତାଙ୍କୁ ଆଇପିସି ଧାରା ୩୦୪ ମୁତାବକ ଗିରଫ କରାଯାଇଛି । ଦୁଇ ମିନିଟର ଏହି ଭିଡିଓରେ ଦେଖାଯାଉଛି ଯେ ନୃଶଂସ ଭାବେ ମହିଳା ଜଣକ ଝିଅଟିକୁ ପିଟୁଛି ଏବଂ ଯନ୍ତ୍ରଣାରେ ଝିଅଟି ଜୋରରେ ପାଟି କରି କାନ୍ଦୁଛି । ରିଜୱାନା ବେଗମ୍ ଝିଅଟିର କାନଫୁଲ ଚୋରି କରିନେଇଥିଲେ । ଏବେ ପୋଲିସ୍ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe