ଆଜିଠୁ ଆଇପିଏଲ୍ ମହାସମର । ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ।

144

କନକ ବ୍ୟୁରୋ: ଆଜିଠୁ ୟୁଏଇରେ ଜମିବ ଆଇପିଏଲ୍ । ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୪ର ଦ୍ୱିତୀୟ ଭାଗ । ଆଜିର ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ପରସ୍ପରକୁ ଭେଟିବେ । ଗତ ଏପ୍ରିଲ ମାସରେ ଭାରତରେ ପ୍ରଥମ ଭାଗ ଆୟୋଜନ କରାଯାଇଥିଲା । ହେଲେ କରୋନା ଯୋଗୁ ୨୯ଟି ମ୍ୟାଚ୍ ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା । ତେବେ ଦ୍ୱିତୀୟ ଭାଗରେ ବାକି ଥିବା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ ଖେଳାଯିବ । ଆଇପିଏଲର ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ରାତି ୭ଟା ୩୦ରେ ମୁକାବିଲା ହେବ । ମୁମ୍ବାଇ ୫ ଥରର ଚାମ୍ପିଅନ୍ ହୋଇଥିବା ବେଳେ ଚେନ୍ନାଇ ତିନି ଥର ଟାଇଟଲ ଜିତିଥିବା ବେଳେ ୫ଥର ରନର୍ସ ଅପ୍ ହୋଇଛି । ହେଲେ ଚେନ୍ନାଇ ଦଳରେ ଫିଟ୍ନେସ୍ ସମସ୍ୟା ରହିଛି । ଦୁଇ ପ୍ରମୁଖ ଖେଳାଳି ଡୁପ୍ଲେସିସ୍ ଓ ବ୍ରାଭୋ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ସେପଟେ ମୁମ୍ବାଇ ଟିମରେ ପ୍ରତ୍ୟେକ ଖେଳାଳି ଫିଟ୍ ରହିଛନ୍ତି । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା ।