ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ୍ । ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍ ଟକ୍କର । ଫାଇନାଲ ପାଇଁ କିଏ ହାତେଇବ ଟିକେଟ୍ ।

161

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ ୨୦୧୯ । ଆଜି ଖେଳାଯିବ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ଲିଗ୍ ପର୍ଯ୍ୟାୟର ଭୀଷଣ ଲଢେଇ ପରେ ଆଇପିଏଲ୍-୧୨ ପ୍ଲେଅଫ୍ ପର୍ଯ୍ୟାୟରେ ପହଞ୍ଚିଛି । ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଚେନ୍ନାଇ ସୁପରକିଙ୍ଗସ ଆଜି ଘରୋଇ ପରିବେଶକୁ ଅସ୍ତ୍ର କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବାକୁ ଓହ୍ଲାଇବ । ଚେନ୍ନାଇ ସମ୍ମୁଖରେ କିନ୍ତୁ ଆତ୍ମବିଶ୍ୱାସରେ ଭରପୁର ମୁମ୍ବାଇ ଇଣ୍ଡିଆନ୍ସ ରହିବ । ପ୍ରଥମ କ୍ୱାଲିଫାୟାରରେ ଆଇପିଏଲ୍ ଇତିହାସର ଏହି ଦୁଇ ମହାରଥୀ ସ୍ଥାନୀୟ ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ରାତି ୭ଟା ୩୦ ରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ ।

ତେବେ ଆଜି ମ୍ୟାଚ୍ ଏଥିପାଇଁ ଗୁରୁତ୍ୱ ରଖୁଛି, କାରଣ ଏହି ମ୍ୟାଚର ବିଜେତା ଦଳ ୧୨ ତାରିଖରେ ଖେଳାଯିବାକୁ ଥିବା ମେଗା ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ପରାଜିତ ଦଳ ମଧ୍ୟ ଦ୍ୱିତୀୟ କ୍ୱାଲିଫାୟାର ଜରିଆରେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିବାର ଦ୍ୱିତୀୟ ସୁଯୋଗ ପାଇବ । ଗୋଟିଏ ପଟେ ମହେନ୍ଦ୍ର ସିଂହ ଧୋନୀ ଏବଂ ଅନ୍ୟପଟେ ରୋହିତ ଶର୍ମା । ଆଇପିଏଲ ଇତିହାସରେ ଏହି ଦୁଇ ଦଳ ତିନି ଥର ଲେଖାଏଁ ଆଇପିଏଲ ଟ୍ରଫି ହାତେଇଛନ୍ତି । ତେବେ ଏଥର କିଏ ଜିତିବ ମ୍ୟାଚ ଆଉ ରଚିବ ନୂଆ ଇତିହାସ, ତାକୁ ହିଁ ଅପେକ୍ଷା ।

Comments are closed.