ରିପବ୍ଲିକ ଟିଭି ସିଏଫଓଙ୍କୁ ମୁମ୍ବାଇ ପୁଲିସର ସମନ : ଆଜି ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ ରିପବ୍ଳିକ ଟିଭିର ଚିଫ୍ ଫାଇନାନ୍ସ ଅଫିସର; ଟିଭି ରେଟିଂ ହେରଫେର ନେଇ ପଚରା ଉଚରା କରିବ ପୁଲିସ

67

କନକ ବ୍ୟୁରୋ : ଟିଆରପି ଅନିୟମିତତା ମାମଲା । ରିପବ୍ଲିକ ଟିଭିକୁ ମୁମ୍ବାଇ ପୁଲିସର ସମନ । ରିପବ୍ଲିକ ଟିଭିର ଚିଫ ଫାଇନାନ୍ସ ଅଫିସର ଶିବା ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ହାଜର ହେବା ପାଇଁ ସମନ କରିଛି ମୁମ୍ବାଇ ପୁଲିସ । ଆଜି ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ ଏସଏସ ସୁନ୍ଦରମ । ଟିଆରପି ହେରଫେର ନେଇ ରିପବ୍ଲିକ ଟିଭିର ସିଏଫଓଙ୍କୁ ପଚରା ଉଚରା କରିବ ମୁମ୍ବାଇ ପୁଲିସ । ମୁମ୍ବାଇ ପୁଲିସର ମୁଖ୍ୟ କାର୍ଯ୍ୟାଳୟେରେ ଆଜି ସେ ହାଜର ହୋଇ ଟିଆରପି ହେରଫେର ନେଇ ନିଜ ପକ୍ଷ ରଖିବେ ।

ଟିଭି ରେଟିଂ ପଏଂଟରେ ହେରଫେର ପାଇଁ ରିପବ୍ଲିକ ଟିଭ ଓ ଅନ୍ୟ ଦୁଇ ଆଂଚଳିକ ଟିଭି ନାମରେ ଭାରତୀୟ ପିଙ୍ଗଲ କୋଡର ଧାରା ୪୨୦, ୪୦୯, ୧୨୦ –ବି ଓ ୩୪ ଧାରରେ ମାମଲା ରୁଜୁ କରାଯାଇଛି । ଗତକାଲି ଅନ୍ୟ ଦୁଇଟି ଟିଭ ଚ୍ୟାନେଲର ମାଲିକ ସମେତ ମୋଟ ୪ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ଅନ୍ୟପଟେ ରିପବ୍ଲିକ ଟିଭି କହିଛି, ଟିଆରପି ହେରଫେର ନେଇ ହୋଇଥିବା ଏଫଆଇଆରରେ ରିପବ୍ଲିକ ଟିଭର ନାମ ନାହିଁ । ଇଣ୍ଡିଆ ଟୁଡେ ନାମକ ଏକ ଚ୍ୟାନେଲ ନାମରେ ଏତଲା ଦିଆଯାଇଥିବା ବେଳେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଥିବାରୁ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ରିପବ୍ଲିକ ଟିଭିକୁ ମୁମ୍ବାଇ ପୁଲିସ ଟାର୍ଗେଟ କରୁଛି ।

ଏପଟେ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ରିପବ୍ଲିକ ଟିଭି, ଟିଆରପି ସ୍କାମ କରିଥିବା ନେଇ ମୁମ୍ବାଇ ପୋଲିସ କମିଶନର କହିବାପରେ ଏବେ ଝଡ ଉଠିଛି । ପୋଲିସ କହିଛି, ଟିଆରପି ମିଟର ଲାଗିଥିବା ଘରକୁ ଟଙ୍କା ଦେଇ, ସବୁବେଳେ ଟିଭି ଅନ ରଖିବା ପାଇଁ କୁହାଯାଇଥିଲା । ଏପଟେ ରିପବ୍ଲିକ ତରଫରୁ କୁହାଯାଇଛି, ଏଫଆଇଆରରେ ଇଣ୍ଡିଆ ଟୁଡେ ଗ୍ରୁପର ନାଁ ରହିଛି ।

 

Comments are closed.