ଗୁଲମାର୍ଗ ଯିବେ ନାହିଁ ଜି-୨୦ ଦେଶର ଅତିଥି, ୨୬/୧୧ ଭଳି ଆକ୍ରମଣ କରିବାକୁ ହୋଇଥିଲା ଯୋଜନା 

184

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଜି-୨୦ ସଂସ୍କୃତି କାର୍ଯ୍ୟକାରୀ କମିଟିର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ବଡ ବିପଦ ଟଳିଛି । ଏହାକୁ ନେଇ ଗସ୍ତ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି । ଆତଙ୍କବାଦୀ ସଂଗଠନ ଗୁଲମାର୍ଗରେ ଜି-୨୦ ସମ୍ମିଳନୀ ବୈଠକ ବେଳେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା ରଚିଥିବା ଜଣାପଡିଛି । ସୂଚନା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଇସାରରେ ଆତଙ୍କବାଦୀ ଗୁଲମାର୍ଗର ସେହି ହୋଟେଲକୁ ଲକ୍ଷ୍ୟ କରିଥିଲେ ଯେଉଁଠି ବିଦେଶୀ ଅତିଥି ରହିବାର ଥିଲା । ଏହି ହୋଟେଲର ଜଣେ ଡ୍ରାଇଭରଙ୍କୁ ଧରାଯିବା ପରେ ଏହି ଷଡଯନ୍ତ୍ର ଉପରୁ ପରଦା ଉଠିଛି । ସୁରକ୍ଷାବଳଙ୍କ ସତର୍କତା କାରଣରୁ ଏହି ବଡ ବିପଦକୁ ରୋକାଯାଇପାରିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଅତିଥିମାନେ ବର୍ତ୍ତମାନ ଆଉ ଗୁଲମାର୍ଗ ଯିବେ ନାହିଁ ।

ହୋଟେଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ତାକୁ ବର୍ତ୍ତମାନ ମଧ୍ୟ ପଚରାଉଚରା ଜାରିରହିଛି । ଜି୨୦ ବୈଠକ ଆୟୋଜନସ୍ଥଳର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।