କନକ ବ୍ୟୁରୋ: ନିଶା ଔଷଧ ମାମଲାରେ ସମ୍ପୃକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌୱିକ ଚକ୍ରବର୍ତ୍ତୀ ଏବଂ ‘ଏସ୍‌ଏସ୍‌ଆର୍‌’ର ହାଉସ୍‌ ମ୍ୟାନେଜର ସାମୁ‌ଏଲ୍ ମିରାଣ୍ଡାଙ୍କୁ ଗିରଫ କରିବା ଲାଗି ନାକ୍ରୋଟିକ୍ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଘଣ୍ଟା ପରେ ସେମାନଙ୍କୁ ଗିରଫ କରାଯିବ ବୋଲି ‘ଏନ୍‌ସିବି’ କହିଛି।

Advertisment

publive-image

ଦୁହେଁ ନିଶା ଔଷଧ ଯୋଗାଣରେ ସମ୍ପୃକ୍ତ ଥିବା କୁହାଯାଉଛି। ଦୁହିଁଙ୍କୁ ‘ଏନ୍‌ସିବି’ର ମୁମ୍ବାଇ ଅଫିସ୍‌ରେ ପଚରାଉଚୁରା କରାଯାଉଛି। କିଛି ସମୟ ପୂର୍ବରୁ ‘ଏନ୍‌ସିବି’ର ଡେପୁଟି ଡିଜି ମୁଥା ଅଶୋକ ଜୈନ୍ କହିଥିଲେ ଯେ, ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଆମେ ସେମାନଙ୍କ ସହ କଥାବାର୍ତ୍ତା ଓ ପ୍ରମାଣ ମୂଲ୍ୟାୟନ କରୁଛୁ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସମସ୍ତଙ୍କୁ ଜଣାଇ ଦିଆଯିବ।