ମହାରାଷ୍ଟ୍ର ମହାନାଟକର ସୂତ୍ରରୁ ଆସୁଛି ବଡ଼ ଖବର ! ଶିବସେନା ଏନସିପିକୁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି । 

1,075

ମହାରାଷ୍ଟ୍ରର ମହାନାଟକରେ ଘଡିକେ ଘୋଡା ଛୁଟୁଛି । ସୂଚନାନୁସାରେ, ଶିବସେନା, ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦେଢ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ହୋଇଛି । ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ଶୁକ୍ରବାର ରାତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିବସେନା  ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲା । କିନ୍ତୁ ଏହା ସମ୍ପର୍କରେ କୌଣସି ଆଲୋଚନା ପୁରା ହୋଇପାରି ନଥିଲା । ପରଦିନ ଶନିବାର ସକାଳେ ଅଜିତ ପାୱାର(ବିଜେପି) ସହିତ ସରକାର ଗଢିଥିଲେ ଏବଂ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ । 

ପରେ ଶିବସେନା, ଏନସିପି ଓ କଂଗ୍ରେସ ରାଜ୍ୟପାଳଙ୍କ ଏହି ପଦକ୍ଷେପ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । କୋର୍ଟ ରବିବାର ହୋଇଥିବା ଶୁଣାଣି ପରେ ସୁପ୍ରିମକୋର୍ଟ ସୋମବାର ଦିନ ପୁଣି ଥରେ ଏହାର ଶୁଣାଣି କରିବେ । ଏହା ମଧ୍ୟରେ ବିଜେପି ପାଖରେ ୧୫୫ ବିଧାୟକଙ୍କ ସମର୍ଥନ ରହିଥିବା କହିଛି । ଏଥିରେ ବିଜେପିର ୧୦୫, ଅଜିତ ପାୱାରଙ୍କ ସହିତ ୨୫ ବିଧାୟକ ଓ ୧୫ଟି ନିର୍ଦ୍ଦଳୀୟଙ୍କ ସମର୍ଥନ ରହିଛି । ସେହିଭଳି ବିପକ୍ଷ ଦଳ ନିକଟରେ ଥିବା ୧୬୧ ବିଧାୟକଙ୍କ ସମର୍ଥନ ରହିଛି । ସେଥିମଧ୍ୟରୁ ଶିବସେନାର ୫୬, କଂଗ୍ରେସର ୪୪, ଶରଦ ପାୱାରଙ୍କ ୫୩ ଓ ୮ ଟି ନିର୍ଦ୍ଦଳୀୟ ସାମିଲ ଅଛନ୍ତି । ଶିବସେନା, କଂଗ୍ରେସ ଓ ଏନସିପି ରାଜ୍ୟପାଳଙ୍କୁ ବିଧାୟକ ସମର୍ଥନର ତାଲିକା ମଧ୍ୟ ପଠାଇସାରିଛନ୍ତି ।

Comments are closed.