ମହାରାଷ୍ଟ୍ରର ମହାନାଟକରେ ଘଡିକେ ଘୋଡା ଛୁଟୁଛି । ସୂଚନାନୁସାରେ, ଶିବସେନା, ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦେଢ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ହୋଇଛି । ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ଶୁକ୍ରବାର ରାତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିବସେନା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲା । କିନ୍ତୁ ଏହା ସମ୍ପର୍କରେ କୌଣସି ଆଲୋଚନା ପୁରା ହୋଇପାରି ନଥିଲା । ପରଦିନ ଶନିବାର ସକାଳେ ଅଜିତ ପାୱାର(ବିଜେପି) ସହିତ ସରକାର ଗଢିଥିଲେ ଏବଂ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ । /kanak/media/post_attachments/wp-content/uploads/2019/11/sharad-pawar1-1-300x200.jpg)
ପରେ ଶିବସେନା, ଏନସିପି ଓ କଂଗ୍ରେସ ରାଜ୍ୟପାଳଙ୍କ ଏହି ପଦକ୍ଷେପ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । କୋର୍ଟ ରବିବାର ହୋଇଥିବା ଶୁଣାଣି ପରେ ସୁପ୍ରିମକୋର୍ଟ ସୋମବାର ଦିନ ପୁଣି ଥରେ ଏହାର ଶୁଣାଣି କରିବେ । ଏହା ମଧ୍ୟରେ ବିଜେପି ପାଖରେ ୧୫୫ ବିଧାୟକଙ୍କ ସମର୍ଥନ ରହିଥିବା କହିଛି । ଏଥିରେ ବିଜେପିର ୧୦୫, ଅଜିତ ପାୱାରଙ୍କ ସହିତ ୨୫ ବିଧାୟକ ଓ ୧୫ଟି ନିର୍ଦ୍ଦଳୀୟଙ୍କ ସମର୍ଥନ ରହିଛି । ସେହିଭଳି ବିପକ୍ଷ ଦଳ ନିକଟରେ ଥିବା ୧୬୧ ବିଧାୟକଙ୍କ ସମର୍ଥନ ରହିଛି । ସେଥିମଧ୍ୟରୁ ଶିବସେନାର ୫୬, କଂଗ୍ରେସର ୪୪, ଶରଦ ପାୱାରଙ୍କ ୫୩ ଓ ୮ ଟି ନିର୍ଦ୍ଦଳୀୟ ସାମିଲ ଅଛନ୍ତି । ଶିବସେନା, କଂଗ୍ରେସ ଓ ଏନସିପି ରାଜ୍ୟପାଳଙ୍କୁ ବିଧାୟକ ସମର୍ଥନର ତାଲିକା ମଧ୍ୟ ପଠାଇସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/Capture-8.png)