ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ । ୨୦୦ ରନ କଲା ମୁମ୍ବାଇ । ଦିଲ୍ଲୀ ଆଗରେ ୨୦୧ ରନ ଟାର୍ଗେଟ

245

କନକ ବ୍ୟୁରୋ : ଆଜିର ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ମୁମ୍ବାଇ ବିଶାଳ ୨୦୦ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୨୦୧ ରନର ଟାର୍ଗେଟ ରହିଛି । ଦିଲ୍ଲୀକୁ ଏହି ମ୍ୟାାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବେ । ଏହି ମ୍ୟାଚ ଜିତିଲେ ବିଜୟୀ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରିନଥିଲା । ମୁମ୍ବାଇ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ ମଧ୍ୟ ଶେଷ ଆଡକୁ ବିସ୍ଫୋରକ ଖେଳିଥିଲା । ଦଳ ପକ୍ଷରୁ ଇଶାନ କିଷାନ ୫୫, ସୂର୍ଯ୍ୟ କୁମାର ଯାଦବ ୫୧ ଡିକକିି ୪୦ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ୩୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଥିଲା ।

ଏବେ ୨୦୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦିଲ୍ଲୀ । ଦିଲ୍ଲୀରେ ଶ୍ରେୟାସ ଆୟର, ରିଷବ ପନ୍ତ, ପୃଥୀ ଶ, ଓ ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି ।