ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ । ୧୯୫ ରନ କଲା ମୁମ୍ବାଇ । ରାଜସ୍ଥାନ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ । 

633

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ୧୯୫ ରନର ବିଶାଳ ସ୍କୋର କରିଛି । ଏବେ ରାଜସ୍ଥାନ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ମୁମ୍ବାଇର ଦୁଇ ଓପନର ମୈଦାନକୁ ଓହ୍ଲାଇଥିଲେ । ଆରମ୍ଭରୁ ଧିମା ଆରମ୍ଭ କରିଥିଲା ମୁମ୍ବାଇ ହେଲେ ଶେଷ ବେଳକୁ ଦାର୍ଦ୍ଧିକଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ୬୦, ସୂର୍ଯ୍ୟ କୁମାର ୪୦ ଓ ଇଶାନ କିଷାନ ୩୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୯୫ ରନ କରିଥିଲା ।

ଏବେ ରାଜସ୍ଥାନ ୧୯୬ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ଜୋସ ବଟଲର, ସଞ୍ଜୁ ସାମସନଙ୍କ ଭଳି ଖେଳାଳି ରହିଛନ୍ତି ।