କିରଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ । ୧୭୬ ରନ କଲା ମୁମ୍ବାଇ । ପଞ୍ଜାବ ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ।

107

କନକ ବ୍ୟୁରୋ : ଆଜିର ମ୍ୟାଚରେ କିରଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ପୋଲାର୍ଡ ୧୨ ବଲରୁ ୩୪ ରନ ହାସଲ କରିଛନ୍ତି । ଫଳରେ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି । ଏବେ ୧୭୭ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ଟସ୍ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଡିକକ୍ ସର୍ବାଧିକ ୫୩, କୃଣାଳ ପାଣ୍ଡ୍ୟା ୩୪ ଓ କରିଣ ପୋଲାର୍ଡ ବିସ୍ଫୋରକ ୩୪ ରନ ବଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି ।

ଏବେ ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ପଞ୍ଜାବ । ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ ଗେଲଙ୍କ ବଳି ବ୍ୟାଟ୍ସମ୍ୟାନ ରହିଛନ୍ତି ।