କନକ ବ୍ୟୁରୋ: ଆଜିର ମ୍ୟାଚରେ କ୍ୱିଣ୍ଟନ ଡିକକଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ମୁମ୍ବାଇ ୧୫୫ ରନ କରିବାରେ ସଫଳ ହୋଇଛି । ଏବେ କୋଲକାତା ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇର ବୋଲରମାନଙ୍କୁ ସାମ୍ନା କରିବାକୁ ହେବ ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଦଳ । ଆରମ୍ଭରୁ ଡିକକ ଓ ରୋହିତ ଭଲ ଆରମ୍ଭ ହୋଇଥିଲେ । ଦଳ ପକ୍ଷରୁ ଡିକକ ୫୫, ରୋହିତ ଶର୍ମା ୩୩, ପୋଲାର୍ଡ ୨୧ ରନ କରିବାରେସଫଳ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ କରିପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/E_-qfidVcAIcNKq.jpg)