ଫାଇନାଲ ଫାଇଟରେ ହାଇଭୋଲଟେଜ୍ ଟକ୍କର । ଚେନ୍ନାଇ ଆଗରେ ୧୫୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ମୁମ୍ବାଇ ।

78

କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଫାଇଟରେ ଚାଲିଛି ହାଇଭୋଲଟେଜ୍ ଟକ୍କର । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଦଳ ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲା । କ୍ୱିଣ୍ଟନ୍ ଡିକକ୍ ଏବଂ ରୋହିତ ଶର୍ମା ପ୍ରଥମ ୩ ଓଭରରେ ୩୦ ରନ୍ କରିଥିଲେ । ତେବେ ପ୍ରଥମେ ଡିକକ୍ ଏବଂ ପରେ ରୋହିତ ଶର୍ମା ଆଉଟ୍ ହେବା ପରେ ଚାପରେ ରହିଥିଲା ମୁମ୍ବାଇ ଇଣ୍ଡିଆନ୍ସ । କିରଣ ପୋଲାର୍ଡଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଛି । ପୋଲାର୍ଡ ୨୫ଟି ବଲରୁ ୩ଟି ଛକା ଏବଂ ୩ଟି ଚୌକା ବଳରେ ୪୧ ରନର ପାଳି ଖେଳିଛନ୍ତି । ତେବେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ବ୍ୟୟ କରି ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

Comments are closed.