ସନ୍ଦୀପ ଶର୍ମାଙ୍କ ଚମତ୍କାର ବୋଲିଂ । ୧୪୯ ରନ କଲା ମୁମ୍ବାଇ । ହାଇଦ୍ରାବାଦ ଆଗରେ ୧୫୦ ରନର ଟାର୍ଗେଟ 

78

କନକ ବ୍ୟୁରୋ : ଆଜିର ମ୍ୟାଚରେ ସନ୍ଦୀପ ଶର୍ମାଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ମାତ୍ର ୧୪୯ ରନ କରିବାରେ ସକ୍ଷମ ହୋଇଛି । ଏହାସହ ହାଇଦ୍ରାବାଦ ଆଗରେ ଏବେ ୧୫୦ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇ ବୋଲରଙ୍କୁ ସାମ୍ନା କରିବାକୁ ହେବ । ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ମୁମ୍ବାଇ ବ୍ୟାଟିଂ ପାଇଁ ଆସିଥିଲା । ହେଲେ ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ସଫଳ ହୋଇପାରିନଥିଲେ । ମୁମ୍ବାଇ ପକ୍ଷରୁ କିରନ ପୋଲାର୍ଡ ୪୧ ଇଶାନ କିଷାନ ୩୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୯ ରନ କରିଥିଲା ।

ଚଳିତ ଆଇପିଏଲରେ ମୁମ୍ବାଇ ଅଧିକ ଶକ୍ତିଶାଳୀ ରହିଛି । ମୁମ୍ବାଇରେ କିରନ ପୋଲାର୍ଡ, ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ଡିକକ୍ ଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହ, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।