ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଆଜି ଆସିବ ରାୟ । ଉଭୟ ଏନସିବି ଓ ଆରୟନଙ୍କ ଓକିଲ ରଖିସାରିଛନ୍ତି ନିଜ ନିଜ ପକ୍ଷ ।

95

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ଏ ନେଇ ରାୟ ସଂରକ୍ଷିତ ରଖିଛନ୍ତି ମୁମ୍ବାଇ ସେସନ୍ସ କୋର୍ଟ । ଗତକାଲି ଜାମିନ ନେଇ ଉଭୟ ଏନସିବି ଏବଂ ଆରୟନଙ୍କ ଓକିଲ ପକ୍ଷ ରଖିଥିଲେ । ଏନସିବି କୋର୍ଟରେ କହିଛି ଜଣେ ଅଭିଯୁକ୍ତକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବା ଠିକ୍ ନୁହେଁ । ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନି, ଏହା ସତ । କିନ୍ତୁ ଆରୟନ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିଲେ । ଏହାର ତଦନ୍ତ ହେବା ଦରକାର । ଆରୟନ ଖାନ୍ ଯେଉଁ ବିଦେଶୀ ଡ୍ରଗ୍ସ ଅର୍ଡର କରିଥିବା ଅଭିଯୋଗ ରହିଛି । ଏହି ଡ୍ରଗ୍ସ ତାଙ୍କ ସାଙ୍ଗ ଅରବାଜ ମର୍ଚେଂଟଙ୍କ ପାଖରୁ ମିଳିଛି । ତେଣୁ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ ଏବେ ତଦନ୍ତ ଚାଲିଛି ବୋଲି ଏନସିବି କୋର୍ଟରେ କହିଛି । ସେହିପରି ଆରୟନଙ୍କ ଓକିଲ କହିଛନ୍ତି ଆରୟନଙ୍କ ପାଖରୁ ଡ୍ରଗ୍ସ କି ଟଙ୍କା ମିଳିନି । ସେହିପରି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମୁନମୁନ ଧୋମାଚାଙ୍କୁ ଆରୟନ ଜାଣି ନାହାନ୍ତି । ଆରୟନଙ୍କ ଜାମିନ ପାଇଁ ଦେଶର ନାମୀଦାମୀ ଓକିଲଙ୍କୁ ଶାହାରୁଖ ନିୟୋଜିତ କରିଛନ୍ତି । ପ୍ରଥମେ ସତୀଶ ମନସିନେ୍ଧ ପରେ ଅମିତ ଦେଶାଇଙ୍କୁ ନିଯୁକ୍ତ କରିଛନ୍ତି ବଲିଉଡ ସୁପରଷ୍ଟାର ।

ଏବେ ଆସନ୍ତୁ ଜାଣିବା ଗତକାଲି ଶୁଣାଣିବେଳେ କଣ ଥିଲା ଏନସିବିର ଦାବି ଓ ଆରୟନଙ୍କ ଓକିଲ କି ପଦକ୍ଷେପ

ଏନସିବିର ଦାବି
-ଆରୟନ ଖାନ ବହୁତ ଦିନ ହେଲା ଡ୍ରଗ୍ସର ସେବନ କରୁଛନ୍ତି
-ଆରୟନ ଅରବାଜ ମର୍ଚାଂଟଙ୍କଠାରୁ ଡଗ୍ସ ନେଇ ଅନ୍ୟକୁ ବାଂଟୁଥିଲେ
-ଏଥିପାଇଁ ଆରୟନଙ୍କ ବିରୋଧରେ ଏନଡିପିସିର ଆଇନର ଧାରା ୩୯ ଲାଗିଛି
-ହ୍ୱାଟସଅପ ଚାଟରୁ ପ୍ରମାଣ ମିଳିଛି, ସେ ବିଦେଶରୁ ବହୁମାତ୍ରାରେ ଡ୍ରଗ୍ସ ଆଣିବାର ଥିଲା

ଆରୟନଙ୍କ ଓକିଲଙ୍କ ଦଲିଲ
-ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିପାରିନାହିଁ
-ଡ୍ରଗ୍ସ ବ୍ୟବହାର କରିନାହାନ୍ତି କି ବିକ୍ରୀ ବି କରିନାହାନ୍ତି
-ମିଳିଥିବା ଡ୍ରଗ୍ସ ସହ ଆରୟନଙ୍କ କୌଣସି ସମ୍ପର୍କ ନାହିଁ
-ଆରୟନଙ୍କୁ ଜାଣିଶୁଣି ଫସାଯାଉଛି