ବାଗଦାଦରେ ଆମେରିକାର ଆକ୍ରମଣ ପରେ ସେୟାର ବଜାର ଉପରେ ବଡ ପ୍ରଭାବ । ମୁମ୍ବାଇରେ ୮୦୦ପଏଂଟ ଖସିଲା ସେନସେକ୍ସ

317

କନକ ବ୍ୟୁରୋ : ବାଗଦାଦରେ ଆମେରିକାର ଆକ୍ରମଣ ପରେ ସମଗ୍ର ମଧ୍ୟ ପ୍ରାଚ୍ୟରେ ଏବେ ଉତେଜନା ମୂଳକ ପରିସ୍ଥିତି । ଏହାର ପ୍ରଭାବ ପଡିଛି ଭାରତୀୟ ବଜାର ଉପରେ । ଆଜି କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଂଜରେ ସମ୍ବେଦନଶୀଳ ସୂଚକାଙ୍କ ୮୧୩ ପଏଂଟ ହ୍ରାସ ପାଇଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଏସିଆନ ପେଂଟସ, ପାୱାର ଗ୍ରୀଡ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି ଏବଂ ସନ ଫାର୍ମା ଆଦି ବଡ଼ କମ୍ପାନୀ ଗୁଡିକର ସେୟାର ମୂଲ୍ୟ ବ୍ୟାପକ ହ୍ରାସ ପାଇଛି ।

ବିଭିନ୍ନ ଘରୋଇ ଓ ପିଏସଉ ବ୍ୟାଙ୍କ ଗୁଡିକ ମଧ୍ୟ ସେମାନଙ୍କ କାରବାରରେ ବଡ଼ କ୍ଷତି ସହିଛନ୍ତି । ୧୮ ମାସ ଧରି ଉତଥାନ ପଥରେ ଥିବା ଏସଆନ ପେଂଟସର ବଜାର ମୂଲ୍ୟ ଆଜି ପ୍ରଥମ ଥର ତଳକୁ ଖସିଛି । ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ନିବେଶକ ମାନେ ସେୟାର ମାର୍କେଟରୁ ସେମାନଙ୍କର ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ପୁଜିଂ ପ୍ରତ୍ୟାହାର କରିନେବା ଫଳରେ ସେୟାର ବଜାରରେ ସୃଷ୍ଟି ହୋଇଛି ମାନ୍ଦାବାସ୍ଥା ।