କନକ ବ୍ୟୁରୋ : ମୁମ୍ବାଇ ପୋଲିସ ତରଫର  ପାଲଘର ଜିଲ୍ଲା ନାଲାସୋପାରା ଠାରେ ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ କରାଯାଇ ୧୪ ଶହ କୋଟି ଟଙ୍କାର ୭୦୦ କିଲୋଗ୍ରାମ ଅବୈଧ ଡ୍ରଗ୍ସ ଜବତ କରାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

Advertisment

ଏନେଇ ଜଣେ ଅଧିକାରୀଙ୍କ ସୂଚନା ମୁତାବକ ମୁମ୍ବାଇ ଅପରାଧ ଶାଖାର ମାଦକ ଦର୍ବ୍ୟ ରୋଧୀ ପ୍ରକୋଷ୍ଟ ବା ଏଏନସି ଏକ ବିଶେଷ ସୂତ୍ରରୁ ସୂଚନା ପାଇଁ ଉକ୍ତ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରୁ ପ୍ରତିବନ୍ଧିତ ଔଷଧ ମେଫେଡ୍ରୋନ ପ୍ରସ୍ତୁତ କରିବାକୁ ଏହି ଡ୍ରଗ୍ସ ରଖାଯାଇଥିବା କଥା କୁହାଯାଇଛି ।

ଏହି କ୍ରମରେ ଅଧିକାରୀଙ୍କ କହିବା ମୁତାବକ ସଂପୃକ୍ତ ମାମଲାରେ ୪ ଜଣଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ନାଲାସୋପାରା ନିକଟରୁ ଗିରଫ କରାଯାଇଛି । କୁହାଯାଇଛି କି ମୁମ୍ବାଇ ପୋଲିସ ଦ୍ୱାରା ଆଗରୁ ଜବତ ହୋଇଥିବା ମାଦକଦ୍ରର୍ବ୍ୟ ତୁଳନାରେ ଏହା ସର୍ବାଧିକ ।

କହିରଖୁ କି ଏହା ପୂର୍ବରୁ ବି ଜୁଲାଇ ୧୫ ତାରିଖରେ ଉକ୍ତ ଟିମ୍ ତରଫରୁ ଏକ ବଡ ଚୋରା ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରାଯାଇଥିଲା । ଏଥିରେ ଯେଉଁ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା ତାହାର ଅର୍ନ୍ତଜାତୀକ ମୂଲ୍ୟ ୩୬୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା ।

କହିରଖୁ କି ମାର୍ବଲ ନାମରେ ଡ୍ରଗ୍ସ କାରବାର କରାଯାଉଥିବା କଥା ମୁମ୍ବାଇ ପୋଲିସକୁ ସୂଚନା ମିଳିଥିଲା । ଡ୍ରଗ୍ସକୁ ଚୋରା ବେପାରୀମାନେ ମାର୍ବଲ କଣ୍ଟେନର ମଧ୍ୟରେ ଅଣାଯାଉଥିବା ସୂଚନା ମିିଳିବା ପରେ ପୋଲିସ ଏଭଳି ଆକ୍ସନ ନେଇଛି ।