ସଲମାନ ଖାନକୁ ହତ୍ୟା ଧମକ ପରେ ହଇଚଇ: ସଲମାନ, ତାଙ୍କ ବାପା ସଲିମ ଖାନଙ୍କ ବୟାନ ରେକର୍ଡ କଲା ମୁମ୍ବାଇ

205

କନକ ବ୍ୟୁରୋ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନ ହତ୍ୟା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ସଲମାନ ଖାନ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୁଲିସ । ଏହାଛଡା ଅନ୍ୟ ଦୁଇଜଣଙ୍କ ବୟାନ ବି ରେକର୍ଡ ହୋଇଛି । ପ୍ରଶଂସକଙ୍କଠୁ ନେଇ ସେଲିବ୍ରେଟି ସଲମାନଙ୍କ ସୁରକ୍ଷା ନେଇ ଯେତିକି ଚିନ୍ତାରେ ଅଛନ୍ତି ସେତିକି ଚିନ୍ତାରେ ପଡିଛି ମୁମ୍ବାଇ ପୁଲିସ । ଆଜି ସକାଳୁ ସଲମାନଙ୍କ ଗାଲେକ୍ସି ଆପାର୍ଟମେଂଟରେ ପହଁଚି ମୁମ୍ବାଇ ପୁଲିସ ଓ ସିବିଆଇ ଟିମ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ବଲିଉଡ ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ହତ୍ୟା ଧମକ ମିଳିଛି । ହତ୍ୟା ପାଇଁ ଲେଖାଯାଇଥିବା ଏକ ଚିଠିରେ ଲେଖା ଯାଇଛି, ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ହତ୍ୟା ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ହେବ । ଏଭଳି ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

– ଅଜ୍ଞାତ ବ୍ୟକ୍ତି ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଚିଠି ଦେଇଥିଲେ
-ମର୍ଣ୍ଣି ୱାର୍କରେ ଯାଇଥିଲେ ସଲିମ ଖାନ
– ସଲିମ ଏକ ବେଂଚ୍ରେ ବସିଥିବାବେଳେ ଗୋଟିଏ ସନ୍ଦିଗ୍ଧ ଚିଠି ଦେଖିବାକୁ ପାଇଥିଲେ
-ଚିଠିରେ ହତ୍ୟା ଧମକ ଦିଆଯାଇଥିବା ଜାଣିବାକୁ ପାଇଥିଲେ
-ସଲିମ ଖାନ ତୁରୁନ୍ତ ଏହି କଥା ଘର ଲୋକଙ୍କୁ ଜଣାଇଥିଲେ
-ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ସଲମାନଙ୍କ ପରିବାର ।
-ଆଇପିସି ଧାରା ୫୦୭ ଆଧାରେ ମାମଲା ଦାୟର କରିଛି
-ଚିଠି ପଠାଇବା ପଛରେ ଅଣ୍ଡରୱାର୍ଲଡର ହାତ ରହିଥିବା ସନ୍ଦେହ
-ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀର ଧମକ ଆଧାରରେ ପୁଲିସ ତଦନ୍ତ
-ତିହାର ଜେଲରେ ବନ୍ଦ ଅଛି ଲରେନ୍ସ ବିଷ୍ଣୋୟୀ
-୨୦୧୮ ମସିହାରେ ସଲମାନଙ୍କୁ ଖୁଲ୍ଲମଖୁଲା ହତ୍ୟା ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ
-ପଞ୍ଜାବୀ ଗାୟକ ମୁସେୱାଲା ହତ୍ୟା ଘଟଣାରେ ବିଷ୍ଣୋୟୀ ଗ୍ୟାଙ୍ଗର ହାତ ଥିବା ତଦନ୍ତରୁ ଜଣାପଡିଛି