ବୁଧବାର ମୁମ୍ବାଇର ବସାଇଠାରେ ଆତଙ୍କବାଦୀ ବୋଲି ସନ୍ଦେହ କରି ପୁଲିସ ଦୁଇ ପାର୍ଶ୍ୱ ଅଭିନେତାଙ୍କୁ ଗିରଫ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଦୁଇ ଯୁବକ ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଆତଙ୍କବାଦୀ ବୋଲି ଭାବି ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୁଲିସ ଆସି ଦୁହିଁଙ୍କୁ ଗିରଫ କରିଥିଲା । ପରେ ଦୁହେଁ ଫିଲ୍ମର କଳାକାର ଏବଂ ଫିଲ୍ମ ପାଇଁ ଦୁହିଁଙ୍କୁ ଏଭଳି ପୋଷାକ ପିନ୍ଧିବାକୁ ପଡ଼ିଥିବା ପୁଲିସକୁ ଜଣାଇଥିଲେ । କିନ୍ତୁ ଏବେ ଏ ନେଇ ମୁମ୍ବାଇ ପୁଲିସର ବୟାନ ସାମ୍ନାକୁ ଆସିଛି । ଫଟୋରେ ଦେଖାଯାଉଥିବା କୌଣସି ଯୁବକଙ୍କୁ ଆମେ ଗିରଫ କରି ନାହୁଁ ବୋଲି କହିଛି ମୁମ୍ବାଇ ପୁଲିସ । ଏହା ସହ ମିଳିଥିବା ସୂଚନାକୁ ପୁଣି ଥରେ ଦେଖି ନିଅନ୍ତୁ ବୋଲି ଖବର ପ୍ରସାର କରିଥିବା ଟିଭି-୯ ଗୁଜୁରାଟକୁ କହିଛି ମୁମ୍ବାଇ ପୁଲିସ ।
Mumbai Police has not picked up any such persons. Kindly verify facts. https://t.co/vGOi2X3dYi
— Mumbai Police (@MumbaiPolice) May 30, 2019
ତେବେ ଦୁହେଁ ଅଭିନେତା ରିତିକ୍ ରୋଶନ ଏବଂ ଟାଇଗର ଶ୍ରଫ୍ଙ୍କ ଫିଲ୍ମରେ ପାର୍ଶ୍ୱ ଅଭିନେତା ଭାବେ କାମ କରୁଥିବା ନେଇ ଗତକାଲି ସୂଚନା ମିଳିଥିଲା । ସୁଟିଂରୁ ବିରତି ନେଇ ବାହାରକୁ ଖାଇବାକୁ ଆସିଥିବା ବେଳେ ଲୋକେ ତାଙ୍କୁ ଦେଖି ଆତଙ୍କବାଦୀ ବୋଲି ଭାବି ନେଇଥିଲେ । ଯାହା ପରେ ପୁଲିସ ସୂଚନା ପାଇ ଦୁହିଁଙ୍କୁ ଗିରଫ କରିଥିଲା ବୋଲି ଗତକାଲି ସାମ୍ନାକୁ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Capture.jpg)