ମହଙ୍ଗା ପଡିଲା ପର୍ନ ଭିଡିଓ ସୁଟିଂ । ମୁମ୍ବାଇରୁ ଗିରଫ୍ ହେଲେ ଅଭିନେତ୍ରୀ ଗେହେନା ବଶିଷ୍ଟ । ପର୍ନ ଭିଡିଓ କରି ମୋବାଇଲ ଆପ୍ ରେ କରୁଥିଲେ ଅପଲୋଡ୍

255

କନକ ବ୍ୟୁରୋ : ସେମାନେ ସେଲିବ୍ରେଟି,ସେମାନେ ଆଇଡଲ, ହେଲେ ସେମାନଙ୍କ ମଧ୍ୟରୁ କିଛି କଳାକାରଙ୍କ କାମ ଯେ ଆମକୁ ଲଜ୍ଜିତ କରୁଛି ତାହା ବାରମ୍ବାର ଦେଖିବାକୁ ମିଳୁଛି । ୮୦ ଟି ବିଜ୍ଞାପନ, ୭ ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ କର୍ମ ଦେଶର କଳାକାରଙ୍କୁ ଅପମାନିତ କରିଛି ।

ଗେହେନା ପର୍ନ ଭିଡିଓ ସୁଟିଂ କରି ତାକୁ ମୋବାଇଲ ଆପ୍ ରେ ଅପଲୋଡ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ୍ କରିଛି ମୁମ୍ବାଇ ପୋଲିସ । ତାଙ୍କୁ ଗିରଫ୍ କରିବା ପରେ ତାଙ୍କ ସଂପତ୍ତି ଉପରେ ବି ପୋଲିସ ଚଢାଉ ଆରମ୍ଭ କରିଛି । ସେ ଖାଲି ପର୍ନ ଭିଡିଓ ସୁଟିଂ କରୁନଥିଲେ ଏହା ସହ ସେ ଏକ ପର୍ନ ର୍ୟାକେଟ୍ ଚଳାଉଥିବା କଥା ପୋଲିସ ତାଙ୍କୁ ପଚରା ଉଚରା ବେଳେ ଜାଣିବାକୁ ପାଇଛି । ପ୍ରକୃତରେ ଗେହେନା ହେଉଛନ୍ତି ଛତିଶଗଡର ମୂଳବାସିନ୍ଦା । ତାଙ୍କର ପ୍ରକୃତ ନାମ ବନ୍ଦନା ତିୱାରୀ ତାଙ୍କ ମା ଜଣେ ଗୃହିଣୀ ଓ ପିତା ଜଣେ ଶିକ୍ଷା ବିଭାଗର ଅଧିକାରୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଚଳଚିତ୍ର ଦୁନିଆରେ ପ୍ରବେଶ କରିବା ପୂର୍ବରୁ ବନ୍ଦନା ତାଙ୍କ ନାମ ବଦଳାଇ ଗେହେନା ବଶିଷ୍ଟ ରଖିଥିଲେ । ସେ ତେଲୁଗୁ ଚଳଚିତ୍ର ସହ ଅନେକ ୱେବ୍ ସିରିଜ୍ ଓ ବିଜ୍ଞାପନରେ କାମ କରିସାରିଛନ୍ତି ।

ପୋଲିସର ସୂଚନା ମୁତାବକ ଗେହେନା କିଛି ପ୍ରଡକ୍ସନ ହାଉସ ସହ ମିଳିତ ଭାବେ ପର୍ନ ଫିଲ୍ମ ସୁଟିଂ କରୁଥିଲେ । ଏହି ସିନେମା ଗୁଡିକୁ ସେ ମୋବାଇଲ ଆପ୍ ମାଧ୍ୟମରେ ଅପଲୋଡ କରୁଥିଲେ । ଏହି ଅପଲୋଡ ବାବଦକୁ ସେ ଗୋଟିଏ ସିନେମା ପାଇଁ ୨ ହଜାର ଟଙ୍କା ନେଉଥିଲେ ବୋଲି ପୋଲିସ କହିଛି । ପୋଲିସ ତାଙ୍କୁ ଗିରଫ୍ କରିବା ପରେ ମୁମ୍ବାଇର ମାଲାଡା-ମାଲୱାନୀ ଅଞ୍ଚଳର ଗ୍ରୀନପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି । ଏହି ବଙ୍ଗଳା ମଧ୍ୟରୁ ଦୁଇଜଣ ଅଭିନେତା, ଜଣେ ଲାଇଟମ୍ୟାନ୍, ଜଣେ ମହିଳା ଫଟୋଗ୍ରାଫର, ଦୁଇଜଣ ଗ୍ରାଫିକ୍ସ ଡିଜାଇନରଙ୍କୁ ଗିରଫ୍ କରିବା ସହ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ବି ଜବତ୍ କରିଛି ପୋଲିସ ।