ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ଠାରୁ ଠକେଇ । ୪ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ, ସମ୍ପର୍କୀୟ ଭାଇ ବିଭବ ପାଣ୍ଡ୍ୟା ଗିରଫ

188

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଠକେଇ, ବ୍ୟବସାୟ କରିବା ନାଁରେ ପାଣ୍ଡ୍ୟାଙ୍କ ଠାରୁ ୪୦କୋଟି ଟଙ୍କା ଠକେଇ କରାଯାଇଛି । ଅନ୍ୟ କେହି ନୁହେଁ ବରଂ ତାଙ୍କର ସର୍ମ୍ପର୍କୀୟ ଭାଇ ବୈଭବ ପାଣ୍ଡ୍ୟା ଏହି ଠକେଇର ମୁଖ୍ୟ କାର୍ପଟଦାର । ଏନେଇ ଅଭିଯୋଗ ହେବା ପରେ ବୈଭବଙ୍କୁ ବାନ୍ଧିଛି ମୁମ୍ବାଇ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ୍ । ବୈଭବ ପାଣ୍ଡ୍ୟା ହାର୍ଦ୍ଦିକ ଏବଂ କୃନାଲଙ୍କ ସହ ମିଶି ପଲିମର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ୟବସାୟରେ ହାର୍ଦ୍ଦିକ ଏବଂ କୃନାଲଙ୍କର ୪୦ ପ୍ରତିଶତ ଅଂଶଧନ ରହିଥିଲା । ବ୍ୟବସାୟରୁ ଯାହାକିଛି ରୋଜଗାର ହେଉଥିଲା ଏସବୁକୁ ଭିନ୍ନ କମ୍ପାନୀକୁ ହସ୍ତାନ୍ତର କରୁଥିଲେ ବୈଭବ, ଯାହାଦ୍ୱାରା ଉଭୟ ହାର୍ଦ୍ଦିକ ଓ କୃନାଲ ପ୍ରାୟ ୪.୩ କୋଟି ଟଙ୍କାର କ୍ଷତିର ସମ୍ମୁଖୀନ ହୋଇଥିଲେ । ଏନେଇ ଦୁଇ ଭାଇ ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହେବାସହ ବୈଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ମୁମ୍ବାଇ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ୍ ବୈଭବଙ୍କୁ ବାନ୍ଧିଥିବା ଜଣାପଡିଛି ।