ଗଢଚିରୌଲୀ ନକ୍ସଲ ଆକ୍ରମଣରେ ୧୬ ଜଣ ଯବାନ ସହିଦ୍ ! ଡିଜିପି କହିଲେ , ଖୁବଶୀଘ୍ର ନେବୁ ପ୍ରତିଶୋଧ । ଫଟୋରେ ଦେଖନ୍ତୁ କେତେ ବିଭତ୍ସ ଥିଲା ଗଢଚିରୌଲୀ ନକ୍ସଲ୍ ଆକ୍ରମଣ ।

393

ମହାରାଷ୍ଟ୍ରର ଗଢଚିରୌଲୀଠାରେ ନକ୍ସଲମାନେ ଆଇଇଡି ବ୍ଲାଷ୍ଟ୍ କରିଛନ୍ତି । କୁହାଯାଉଛି ଯେ ନକ୍ସଲମାନେ ପ୍ରତିଶୋଧ ନେବା ପାଇଁ ଏକ ବଡଧରଣର ଆକ୍ରମଣ କରିଛନ୍ତି । ସୂଚନାନୁସାରେ , ନକ୍ସଲମାନେ ସି୬୦ କମାଣ୍ଡୋ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ସି୬୦ କମାଣ୍ଡୋର ଟିମ୍ ଉପରେ ନକ୍ସଲମାନେ ଏହି ଆକ୍ରମଣ କୁରଖେଡା-କୋରଚୀ ରୋଡ୍ ପାଖରେ କରିଛନ୍ତି । ପ୍ରଥମେ ୧୦ ଜଣ କମାଣ୍ଡୋ ଆହତ ହେବାର ଖବର ଆସିଥିଲା ପରେ ୧୫ ଜଣ ଯବାନ୍ ସହିଦ୍ ହୋଇଥିଲେ ଏବଂ ବର୍ତ୍ତମାନ ୧୬ ଜଣ ଯବାନ ସହିଦ୍ ହୋଇଥିବା ଖବର ସାମ୍ନାକୁ ଆସିଛିି ।

୧୬ ଜଣିଆ ସୁରକ୍ଷାକର୍ମୀଙ୍କ ଟିମ୍ ଯାଉଥିବା ବାହନକୁ ନକ୍ସଲ ଟାର୍ଗେଟ୍ କରିଥିଲେ । ସୁତ୍ର ଅନୁସାରେ, ଗଢଚିରୌଲୀର କୁରଖେଡାରୁ ୬ କି.ମି. ଦୂର ଲେନ୍ଦାରୀ ପୁଲ୍ ଠାରେ ନକ୍ସଲମାନେ ଏହି ବିସ୍ଫୋଟ କରିଥିଲେ । ୧୬ ଜଣ ଯବାନ ଥିବା ଗାଡିକୁ ଟାର୍ଗେଟ୍ କରିଥିଲେ ନକ୍ସଲ ଏବଂ ଏହି ବ୍ଲାଷ୍ଟରେ ଏକ ସାଧାରଣ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କଥା ଶୁଣିବାକୁ ମିଳୁଛି । ଆପଣଙ୍କୁ କହିରଖୁଛୁ ୨ ଟି ଗାଡିରେ ୨୫ ଜଣ ଯବାନ ପେଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଗୋଟିଏ ଗାଡି ପ୍ରତି ଆକ୍ରମଣ ହୋଇଥିଲା । ଏକ ପ୍ରାଇଭେଟ୍ ଗାଡିରେ ଯବାନ୍ ମାନେ ପେଟ୍ରୋଲିଂ ପାଇଁ ଯାଉଥିଲେ । ଆକ୍ରମଣ ହୋଇଥିବା ଗାଡିରେ ମୋଟ ୧୬ ଜଣ ଯବାନ ବସିଥିଲେ ଏବଂ ସମସ୍ତେ ସହିଦ୍ ହୋଇଥିବା କଥା ଶୁଣିବାକୁ ଆସୁଛି ।

ବିଗତ ୨ ବର୍ଷ ପରେ ସି୬୦ କମାଣ୍ଡୋ ଟିମଙ୍କ ଉପରେ ଏଭଳି ନକ୍ସଲମାନେ ଆକ୍ରମଣ କରିଛନ୍ତି । ଏହାପୂର୍ବରୁ ଗତବର୍ଷ ଏପ୍ରିଲ୍ ମାସରେ ଗଢଚିରୌଲୀଠାରେ ଏକ ବଡ ଏନକାଉଣ୍ଟରରେ ସୁରକ୍ଷାବଳ ୪୦ ଜଣ ନକ୍ସଲଙ୍କୁ ମାରି ଗଡାଇଥିଲେ । ତେବେ ଗତଥର ଠାରୁ ଏହି ଆକ୍ରମଣକୁ ବଡ କୁହାଯାଉଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଫାୟାରିଙ୍ଗ୍ ଚାଲୁ ରହିଛି ।