କନକ ବ୍ୟୁରୋ: ମଦ ତିଆରି କାରଖାନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ରେଡ । ଏହି ସମୟରେ ସାମ୍ନାକୁ ଆସିଛି ମଦ କାରବାରର ମୁମ୍ବାଇ ଲିଙ୍କ୍ । ଏବିଡି ନାମକ କମ୍ପାନୀରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ହେଉଥିଲା ବଟଲିଂ । ଉଭୟ ମୁମ୍ବାଇ ଏବଂ ସମ୍ବଲପୁରରେ ଥିବା କମ୍ପାନୀର ଆର୍ଥିକ କାରବାର ନେଇ ସନ୍ଦେହ ବଢିବା ପରେ ଓଡ଼ିଶା ଆସି ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନୀରେ ଯାଂଚ କରିଛି ମୁମ୍ବାଇ ଆୟକର ବିଭାଗ । ଯାଂଚ ସମୟରେ ମିଳିଥିବା ଟଙ୍କା ସହ ବିଲ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟରେ ତାଳମେଳ ରହୁନଥିବା ଜଣାପଡିଛି । ଏନେଇ ଅଧିକ ତଦନ୍ତ କରୁଛି ମୁମ୍ବାଇର ଆୟକର ବିଭାଗ । ପ୍ରଥମେ ପଶ୍ଚିମ ଓଡ଼ିଶାରେ ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀ ଉପରେ ୭ଦିନ ଧରି ରେଡ୍ କରିଥିଲା । ଆଉ ଏହା ପରେ ଶୁକ୍ରବାର ଏବଂ ଶନିବାର ଢେଙ୍କାନାଳରେ ଥିବା ମଦ କମ୍ପାନୀ ଉପରେ ଆୟକର ରେଡ ଜାରି ରହିଛି ।
ସମ୍ବଲପୁର ରେଡ୍ ଘଟଣାରେ ମୁମ୍ବାଇ ଲିଙ୍କ । ଏବିଡି କମ୍ପାନୀରୁ କମ୍ପୋଜିସନ ଆସି ଓଡ଼ିଶାରେ ହେଉଥିଲା ବଟଲିଂ । ଆୟକର ବିଭାଗର ଯାଞ୍ଚ ।
/kanak/media/post_attachments/wp-content/uploads/2023/12/2-33.jpg)