ଶକ୍ତ ହେଲା ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାର ଗଢିଲା ମନ୍ତ୍ରୀମଣ୍ଡଳ । ଶପଥ ଗ୍ରହଣ ଉତ୍ସବରେ ୩୫ ଜଣ ମନ୍ତ୍ରୀ ନେଲେ ଶପଥ । ଶିବସେନାର ଯୁବନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମଧ୍ୟ ପିତାଙ୍କ କ୍ୟାବିନେଟ୍ ରେ ମିଳିଲା ମନ୍ତ୍ରୀପଦ । ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ଶପଥ ନେଇଥିବା ସବୁଠାରୁ କମ୍ ବୟସ୍କ ମନ୍ତ୍ରୀ ହେଉଛନ୍ତି ଆଦିତ୍ୟ ଠାକରେ । /kanak/media/post_attachments/wp-content/uploads/2019/12/822635-aaditya3-300x169.jpg)
ଆଦିତ୍ୟ ଠାକରେ ପରିବାରର ଏମିତି ଜଣେ ସଦସ୍ୟ ଯେ ପ୍ରଥମ କରି ରାଜନୀତିରେ ପାଦ ଥାପି ନିର୍ବାଚନ ଲଢିଲେ ଏବଂ ପ୍ରଥମଥରରେ ହିଁ ନିର୍ବାଚନ ଜିତି କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ଏହି ୨୯ ବୟସ୍କ ଯୁବନେତାଙ୍କ ପୂର୍ବରୁ ଏବେ ପର୍ଯ୍ୟନ୍ତ ଠାକରେ ପରିବାରର କୌଣସି ସଦସ୍ୟ କେବେ ନିର୍ବାଚନ ଲଢିନଥିଲେ । ସେ ବାଲା ସାହେବ ଠାକରେ ହୁଅନ୍ତୁ କି ଉଦ୍ଧବ ଠାକରେ ‘ମତୋଶ୍ରୀ’(ଠାକରେ ନିବାସ) ରେ ହିଁ ରହି ଏହି ପରିବାରର ମୁଖିଆ ରାଜନୀତି କରୁଥିଲେ । ଏଭଳି ସ୍ଥିତିରେ ଆଦିତ୍ୟ ଠାକରେଙ୍କ ପ୍ରଥମଥର ପାଇଁ ନିର୍ବାଚନ ଲଢିବା ଏବଂ ବିଜୟୀ ପରେ ମନ୍ତ୍ରୀ ହେବା ଶିବସେନା ପାଇଁ ଖୁସି ଆଣିଦେଇଥିଲା ।
ମହାରାଷ୍ଟ୍ର : ମହାରାଷ୍ଟ୍ର ସରକାରରେ ଶପଥଗ୍ରହଣ ଉତ୍ସବ , ମନ୍ତ୍ରୀ ରୂପେ ଶପଥ ନେଲେ ଆଦିତ୍ୟ ଠାକରେ @AUThackeray@ShivSena#Maharashtrapic.twitter.com/VzehTdbst3
— Kanak News (@kanak_news) December 30, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/2019_10img18_Oct_2019_PTI10_18_2019_000090B-768x512.jpg)