ଏକଦା ପଏଣ୍ଟ ଟେବୁଲର ଶେଷରେ ଥିବା ମୁମ୍ବାଇ ଚଳିତ ଆଇପିଏଲରେ ନିଜର ଦମଦାର ଖେଳ ପ୍ରଦର୍ଶନ କରିଛି । ଗତକାଲି ରାତିରେ କୋଲକାତା ନାଇଟ୍ ରାଇଡର୍ସକୁ ବିଶାଳ ୧୦୨ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରତିଯୋଗିତାର ପ୍ରଥମାର୍ଧରେ ଦୟନୀୟ ଖେଳିଥିବା ମୁମ୍ବାଇ ଏବେ ଶେଷ ୫ ମ୍ୟାଚରୁ ୪ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଂଚିଯାଇଛି । ଫଳରେ କୋଲକାତାର ଚିନ୍ତା ବଢି ଯାଇଛି । ଉଭୟ ଦଳ ବର୍ତମାନ ଯାଏଁ ୧୧ଟି ମ୍ୟାଚ ଖେଳିଥିବା ବେଳେ ୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୬ଟି ଲେଖାଏଁ ମ୍ୟାଚରେ ପରାସ୍ତ ହୋଇଛନ୍ତି ।
ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ମୁମ୍ବାଇର ୨୧୦ରନର ଜବାବରେ କୋଲକାତା ମାତ୍ର ୧୦୮ ରନରେ ସମସ୍ତ ଉଇକେଟ ହରାଇଥିଲା । ମାତ୍ର ୧୭ ବଲରୁ ଅର୍ଧଶତକ ହାସଲକରିଥିବା ମୁମ୍ବାଇ ଇଣ୍ଡିଆନର ୧୯ ବର୍ଷୀୟ ଇଶାନ କିଷନ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଆଇପିଏଲ-୧୧ର ପଏଣ୍ଟ ତାଲିକାର ଶୀର୍ଷରେ ହାଇଦ୍ରାବାଦ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ଓ ତୃତୀୟ ସ୍ଥାନରେ ପଂଜାବ ରହିଛନ୍ତି । ଏବେ ଲିଗ୍ ରାଉଣ୍ଡର ଶେଷ ପର୍ଯ୍ୟାୟ ମ୍ୟାଚ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/mumbai-indians_806x605_51525523727.jpg)
/kanak/media/post_attachments/wp-content/uploads/2018/05/mumbai-300x169.jpg)