କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଦିଲ୍ଲୀ ଦଳ । ଏହି ମ୍ୟାଚ ଦିଲ୍ଲୀ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଦିଲ୍ଲୀ ପଏଣ୍ଟ ଟେବୁଲର ତୃତୀୟରେ ରହିଛି । ଦଳ ଏହି ମ୍ୟାଚ ଜିତି ଉପରକୁ ଉଠିବାକୁ ଚେଷ୍ଟା କରିବ ।
ଉଭୟ ଦଳ ଚଳିତ ଆଇପିଏଲରେ ୧୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ମୁମ୍ବାଇ ୮ଟି ବିଜୟ ଓ ୪ଟି ପରାଜୟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ୭ଟି ବିଜୟ ଓ ୫ଟି ପରାଜୟ ସହ ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀକୁ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏହି ମ୍ୟାଚ ଜିତିବାକୁ ହେବ ।
ଦିଲ୍ଲୀରେ ଶ୍ରେୟାସ ଆୟର, ରିଷବ ପନ୍ତ, ଆଜିଙ୍କ୍ୟ ରାହାଣେ, ଶିଖର ଧୱନ, ରାବାଡାଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ମୁମ୍ବାଇରେ କିରନ ପୋଲାର୍ଡ, ଇଶାନ କିଷାନ, ଡିକକ୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ବୁମରାହଙ୍କ ଭଳି ଖେଳାଳି ରହିଛନ୍ତି ।