ଆଇପିଏଲ ଲଢେଇ : ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରାଜସ୍ଥାନ ରୟାଲ୍ସ  

97

କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ରାଜସ୍ଥାନ ରୟାଲ୍ସ ବୋଲିଂ ଆରମ୍ଭ କରିବ । ବର୍ତ୍ତମାନ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିବାକୁ ଲଢେଇ କରିବ ।

ମୁମ୍ବାଇ ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ରାଜସ୍ଥାନ ୧୧ଟି ମ୍ୟାଚରୁ ୪ ବିଜୟ ଓ ୭ ପରାଜୟ ସହ ପଏଣ୍ଟ ଟେବୁଲର ସବାଶେଷରେ ରହିଛି । ତେଣୁ ଏହି ମ୍ୟାଚରେ ମୁମ୍ବାଇ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଲଢେଇ କରିବ ।

ମୁମ୍ବାଇରେ ରୋହିତ ଶର୍ମା, କିରନ ପୋଲାର୍ଡ, ଇଶାନ କିଷାନ, ଡିକକ୍ ଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ଜୋସ ବଟଲର, ସଞ୍ଜୁ ସାମସନଙ୍କ ଭଳି ଖେଳାଳି ରହିଛନ୍ତି ।