ଆଇପିଏଲ ଟକ୍କର : ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର । 

138

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବେ ।

ଉଭୟ ଦଳ ଚଳିତ ଆଇପିଏଲରେ ୧୧ଟି ଲେଖାଏଁ ମ୍ୟାଚ ଖେଳି ୭ଟି ବିଜୟ ଓ ୪ଟି ପରାଜୟ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେଣୁ ବାଙ୍ଗାଲୋର ଆଜିର ମ୍ୟାଚ ଜିତି ଶୀର୍ଷକୁ ଯିବାକୁ ଚେଷ୍ଟା କରିବ । ସେହିପରି ମୁମ୍ବାଇ ନିଜ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ ।

ମୁମ୍ବାଇରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ କିରନ ପୋଲାର୍ଡ ଦଳର ଅଧିନାୟକ ଦାୟିତ୍ୱ ନେଇଛନ୍ତି । ମୁମ୍ବାଇରେ ଇଶାନ କିଷାନ, ହାଦ୍ଦିକ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ୍ ଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ବାଙ୍ଗାଲୋରରେ ବିରାଟ କୋହଲି, ଡିଭିଲିୟର୍ସ ଓ ପାଡିକଲଙ୍କ ଭଳି ଖେଳାଳି ରହିଛନ୍ତି ।