ଆଇପିଏଲ ଟକ୍କର : ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଜର୍ସ ହାଇଦ୍ରାବାଦ । ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି ।

55

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ମୁମ୍ବାଇ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ମୁମ୍ବାଇର ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ହାଇଦ୍ରାବାଦ ଆଗରେ ବଡ ସ୍କୋର ଟାର୍ଗେଟ ଦେବାକୁ ହେବ ।

ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ୪ ଲେଖାଏଁ ମ୍ୟାଚ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ଲାଭ କରିଛନ୍ତି । ତେଣୁ ମ୍ୟାଚ ଉଭୟ ବିଜୟ ହୋଇ ଉପରକୁ ଉଠିବାକୁ ଚେଷ୍ଟା କରିବେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିପାରେ ।

ମୁମ୍ବାଇରେ ରୋହିତ ଶର୍ମା, ଇଶାନ କିଷାନ, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ଜନି ବେୟଷ୍ଟୋ ଓ କେନ ଓି୍ୱଲିୟମସନଙ୍କ ଭଳି ଖେଳାଳି ରହିଛନ୍ତି ।