ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

161

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ବ୍ୟାଟିଂ କରିବାକୁ ମୈଦାନକୁ ଆସିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ୨ଟି ଉଭୟ ସମାନ ଗୋଟିଏ ବିଜୟ ଓ ଗୋଟିଏ ପରାଜୟର ଶିକାର ହୋଇଛନ୍ତି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଟକ୍କର ଦେଇ ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବେ । ସେହିପରି ଉଭୟ ଦଳ ପଏଣ୍ଟ ଟେବୁଲରେ ବର୍ତ୍ତ ମାନ ଚତୁର୍ଥ ଓ ସପ୍ତମ ସ୍ଥାନରେ ରହିଛନ୍ତି ।

ମୁମ୍ବାଇ ଦଳରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ରୋହିତ ଶର୍ମା, କ୍ରିସ ଲିନ୍, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି । ସେହିପରି କୋଲକାତା ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ରୋହିତ ବଡ ପାଳି ଖେଳିବା ଆଶାରେ ରହିବେ ।

ସେହିପରି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଦୁଇଟି ଯାକ ମ୍ୟାଚରେ ଅସଫଳ ରହିଛନ୍ତି । ହାଇଦ୍ରାବାଦ ବିପକ୍ଷ ପ୍ରଥମ ମ୍ୟାଚରେ ଏବି ଡିଭିଲିୟର୍ସ ଓ ଦେବଦତ୍ତ ପାଡିକଲ ଦମଦାର ପାଳି ଖେଳିଥିଲେ । ହେଲେ ପଞ୍ଜାବ ବିପକ୍ଷ ମ୍ୟାଚରେ ଅସଫଳ ହୋଇଥିଲେ ।