କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିବ ରାଜସ୍ଥାନ ରୟାଲ୍ସ ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।
ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୫ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ୪ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ସହ ୫ମ ସ୍ଥାନରେ ରହିଛି । ତେଣୁ ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ଚେଷ୍ଟା କରିବେ ।
ମୁମ୍ବାଇରେ ରୋହିତ ଶର୍ମା, ଇଶାନ କିଷାନ, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ, ରାହୁଲ ତେୱତିଆ ଓ ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/MI-vs-RR.jpg)