ଆଇପିଏଲ୍ ଟକ୍କର: ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ଚେନ୍ନାଇ ପାଇଁ କର ବା ମର ମ୍ୟାଚ୍

125

କନକ ବ୍ୟୁରୋ: ଆଇପିଏଲ ଲଢ଼େଇ, ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ । ତେବେ ଆଜି ଆଇପିଏଲରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ହେବ ଦମଦାର ଲଢ଼େଇ । କାରଣ ଚେନ୍ନାଇ ପାଇଁ ଆଜିର ମ୍ୟାଚ୍ କରବା ମର ଭଳି ସ୍ଥିତିରେ ରହିଛି । କିଛି ଚମତ୍କାର କଲେ ପଏଣ୍ଟ ଟେବୁଲ ତାଲିକାରେ ତଳେ ଥିବା ଚେନ୍ନାଇ ଚଳିତ ଥର ପ୍ଲେଅଫ୍ସକୁ ଯିବାର ଆଶା ବଜାୟ ରଖିବ ।

ସେପଟେ ମୁମ୍ବାଇ ୨ ଅଙ୍କ ପାଇବା ପାଇଁ ଲଢ଼େଇ କରିବ । କାରଣ ୨ ଅଙ୍କ ପାଇ ମୁମ୍ବାଇ ଦଳ ପଏଣ୍ଟ ତାଲିକାର ଶୀର୍ଷକୁ ପହଁଚିବାକୁ ଚାହିଁବ । ପୂର୍ବ ମ୍ୟାଚରେ ପଞ୍ଜାବ ବିରୋଧରେ ହୋଇଥିବା ତ୍ରୁଟିକୁ ସୁଧାରି ଦଳ ଚେନ୍ନାଇ ଠାରୁ ଉଦଘାଟନୀ ମ୍ୟାଚର ବଦଲା ନେବାକୁ ଉଦ୍ୟମ କରିବ ।