ପ୍ରଥମ ମ୍ୟାଚରୁ ଫେଲ୍ ମାରିଲା କୋଲକାତା । ୪୯ ରନରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

159

କନକ ବ୍ୟୁରୋ : ପ୍ରଥମରୁ ଝୁଣ୍ଟିଲା କୋଲକାତା ନାଇଟ ରାଇଡର୍ସ । ଏହାସହ ୪୯ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତା ପକ୍ଷରୁ ପାଟ କୁମିନ୍ସ ୩୩ ଓ ଦିନେଶ କାର୍ତ୍ତିକ ୩୦ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ଅସଫଳ ହୋଇଛନ୍ତି । ସେହିପରି ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତ ବୁମରା ୨ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ଏହି ମ୍ୟାଚରେ କୋଲକାତା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ମୁମ୍ବାଇ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର ୮୦ ରନ ଓ ସୂର୍ଯ୍ୟ କୁମାରଙ୍କ ୪୭ ରନ ବଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୯୫ ରନ କରିଥିଲା ।

ପରେ ଦ୍ୱିତୀୟ ଇଂନିସରେ କୋଲକାତା ୧୯୬ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା । ହେଲେ ଦଳ ଏଥିରେ ଫେଲ ମାରିଥିଲା । ଦଳ ପକ୍ଷର ଦିନେଶ କାର୍ତ୍ତିକ ୩୦ ଓ ପାଟ୍ କୁମିନ୍ସ ୩୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିବାକୁ ସକ୍ଷମ ହୋଇଥିଲା ।