ଦୁବାଇରେ ଦିଲ୍ଲୀ ଉପରେ ଭାରୀ ପଡିଲା ମୁମ୍ବାଇ । ୫ ୱିକେଟରେ ବିଜୟ ହାସଲ କରି ଟେବୁଲ ଟପ୍ପର ହେଲା ରୋହତ ପଲଟନ୍ ।

180

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ । ଏହି ମ୍ୟାଚରେ ଡିକକ୍ ଓ ସୂର୍ଯ୍ୟ କୁମାରଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା । ଏହାସହ ଦିଲ୍ଲୀକୁ ହଟାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ ।

ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆଜି ଦିଲ୍ଲୀର ବ୍ୟାଟ୍ସମ୍ୟାନ ମାନେ ସଫଳ ବ୍ୟାଟିଂ କରି ପାରିନଥିଲେ । ଦଳ ପ କ୍ଷରୁ ଶିଖର ଧୱନ ୬୯ ଓ ଶ୍ରେୟାସ ଆୟର ୪୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୬୨ ରନ କରିବାରେ ସଫଳ ହୋଇଥିଲା ।

ସେହିପରି ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଦଳ । ମୁମ୍ବାଇ ଆରମ୍ଭରୁ ଭଲ ଖେଳିଥିଲା । ଦଳ ପକ୍ଷରୁ କ୍ୱିଣ୍ଟନ ଡିକକ୍ ୫୩, ସୂର୍ଯ୍ୟ କୁମାର ଯାଦବ ୫୩ ଓ ଇଶାନ କିଷାନ ୨୮ ରନ କରିଥିଲେ । ଫଳରେ ଦଳ ୧୯ ଓଭର ୪ଟି ବଲରେ ୫ ୱିକେଟ ହରାଇ ୧୬୬ ରନ କରିଛି ।