କନକ ବ୍ୟୁରୋ : ଆଇପିଏଲ-୨୦୨୦ ଫାଇନାଲରେ ଦମଦାର ବୋଲିଂ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ଶିଖର ଧାୱନ ଏବଂ ମାର୍କସ ଷ୍ଟଏନିସ୍ ଓପନିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭର ବଲ୍ ନେଇ ଆସିଥିଲେ । ତେବେ ପ୍ରଥମ ବଲରେ ହିଁ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଜାଇଛନ୍ତି ଷ୍ଟଏନିସ୍ ।
ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା । ପ୍ରଥମ ବଲରେ ଆଉଟ୍ ହେଲେ ମାର୍କସ ଷ୍ଟଏନିସ୍ । ଟ୍ରେଣ୍ଟ ବୋଲ୍ଡଙ୍କ ଦମଦାର ବୋଲିଂ ।
/kanak/media/post_attachments/wp-content/uploads/2020/11/IPL.jpg)