କ୍ୱିଣ୍ଟନ ଡିକକ୍ ଙ୍କ ଅର୍ଦ୍ଧଶତକ । ୨୦୮ରନର ବିଶାଳ ସ୍କୋର କଲା ମୁମ୍ବାଇ । ହାଇଦ୍ରାବାଦ ଆଗରେ ୨୦୯ରନର ଟାର୍ଗେଟ । 

108

କନକ ବ୍ୟୁରୋ : କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ । ଫଳରେ ୨୦୮ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ । ଏହାସହ ଏବେ ହାଇଦ୍ରାବାଦ ବୋଲରଙ୍କ ଆଗରେ ୨୦୯ର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦଳ ପକ୍ଷ କ୍ୱିଣ୍ଟନ ଡିକକ୍ ସର୍ବାଧିକ ୬୭ ରନ୍ କରିଥିଲେ । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ପୋଲାର୍ଡ ଶେଷ ଓଭର ଯାଏଁ ଚମତ୍କାର ବ୍ୟାଟିଂ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା ।

ଏବେ ୨୦୯ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ଦଳ ଆରମ୍ଭରୁ ବଡ ସଟ୍ ଖେଳିପାରେ । ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।