କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ଦମଦାର ୮୦ ରନ । ଫଳରେ ୧୯୫ର ବଡ ସ୍କୋର କଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାସହ କୋଲକାତା ସାମ୍ନାରେ ଏବେ ୧୯୬ ରନ୍ ର ବିଶାଳ ଟାର୍ଗେଟ ରହିଛି । ଏବେ କୋଲକାତାର ଦୁଇ ଓପନ ମୈଦାନକୁ ଓହ୍ଲାଇବେ । କୋଲକାତାକୁ ଜିତିବାକୁ ହେଲେ ପ୍ରଥମରୁ ଆକ୍ରାଣାତ୍ମକ ବ୍ୟାଟିଂ କରିବାକୁ ପଡିବ ।
Advertisment
ଏହି ମ୍ୟାଚରେ ରୋହିତ ଶର୍ମା ସର୍ବାଧିକ ୮୦ ରନ୍ କରିଥିଲେ । ସେହିପରି ସୂର୍ଯ୍ୟ କୁମାର ଯାଦବ ୪୭ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୧୯୫ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି ।
ବର୍ତ୍ତମାନ କୋଲକାତା ୧୯୬ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । କୋଲକାତା ପାଖରେ ଏଭଳି ବଡ ସ୍କୋର ଚେଜ କରିବାର ସମାର୍ଥ୍ୟ ରହିଛି । ଦଳରେ ଆନ୍ଦ୍ର ରସେଲ ଓ ସୁନିଲ ନାରାଇନଙ୍କ ଭଳି ଆକ୍ରାଣନ୍ତ୍ରକ ବ୍ୟାଟ୍ସମ୍ୟାନ ରହିଛନ୍ତି ।