ସୂର୍ଯ୍ୟକୁମାରଙ୍କ ଦମଦାର ବ୍ୟାଟିଂ । ୧୯୩ ରନ କଲା ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ।

108

କନକ ବ୍ୟୁରୋ : ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୯୩ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ରାଜସ୍ଥାନ ରୟାଲ୍ସ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପକ୍ଷରୁ ଡିକକ୍ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୭୯ ରନ, ହାର୍ଦ୍ଧିକ ପାଣ୍ଡ୍ୟା ୩୦ ଓ ରୋହିତ ଶର୍ମା ୩୫ ରନ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୪ ୱିକେଟରେ ୧୯୩ ରନ କରିବାରେ ସକ୍ଷମ ହୋଇଛି ।

ଏବେ ୧୯୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଦଳ । ରାଜସ୍ଥାନ ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିବେ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।