କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେବାକୁ ଯାଉଛନ୍ତି ମୁମ୍ବାଇ-ପଞ୍ଜାବ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ମୁମ୍ବାଇ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ଆମନ୍ତ୍ରଣ ପାଇଛି ପଞ୍ଜାବ । ଉଭୟ ଦଳ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଆଜିର ମ୍ୟାଚରେ ପଞ୍ଜାବ ମୟଙ୍କ ଅଗ୍ରୱାଲଙ୍କ ବଦଳରେ ମନଦୀପ ସିଂହଙ୍କୁ ଦଳରେ ନେଇଛି । ମୟଙ୍କ ଅଗ୍ରୱାଲ ଆହତ ଜନିତ ସମସ୍ୟାକାରଣରୁ ଦଳରୁ ବାଦ ପଡିଛନ୍ତିି । ସେହିପରି ମୁମ୍ବାଇ ଆଜି ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ । ଇଶାନ କିଷନଙ୍କ ବଦଳରେ ସୌରଭ ତିୱାରୀ ଓ ମିଲନେଙ୍କ ବଦଳରେ ନାଥନ୍ କୁଲଟର ନାଇଲ୍ ଦଳରେ ସ୍ଥାନ ପାଇଛନ୍ତି । ମୁମ୍ବାଇ ଏବେ ସୁଦ୍ଧା ୧୦ଟି ମ୍ୟାଚରୁ ମାତ୍ର ୪ଟିରେ ବିଜୟ ପାଇଁ ପ୍ଲେ-ଅଫ୍ ପାଇଁ ସଂଘର୍ଷ କରୁଛି । ସେହିପରି ପଞ୍ଜାବ ମଧ୍ୟ ୧୦ଟିରୁ ୪ଟି ବିଜୟ ପାଇଁ ପ୍ଲେ-ଅଫ ଦୌଡରେ ରହିଛି । ତେଣୁ ଏହି ମ୍ୟାଚ୍ ଦୁହିଁଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ପଞ୍ଜାବ ବିପକ୍ଷରେ ଟସ୍ ଜିତିଲା ମୁମ୍ବାଇ । ବୋଲିଂ କରିବାକୁ ନେଲା ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ । @IPL#KanakNewspic.twitter.com/cUNJuQimko
— Kanak News (@kanak_news) September 28, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/8ddb0-16190863600517-800.jpg)